୧୪୪ ଧାରାକୁ ବେଖାତିର , ୫ ପୁରୋହିତ ଅଟକ

(ହିଞ୍ଜିଳି / ରଜନୀକାନ୍ତ ପାତ୍ର) : ରାଜ୍ୟରେ କୋରନା କଟକଣା ଆରମ୍ଭ ହୋଇଛି କିନ୍ତୁ ଏହାକୁ ବେଖାତିରି କରୁଛନ୍ତି ଗଂଜାମ ଜିଲ୍ଲା ଆସ୍କାବାସୀ । ସୁରକ୍ଷା ଦୃଷ୍ଟିରୁ ପାଞ୍ଚଟି ଗ୍ରାମରେ ଲାଗିଲା 144 ଧାରା । ପଢାଳ , ଜୟପୁର , ବିଜୁପଟ୍ଟନାୟକ ଛକ , କାଳଷ୍ଢପୁର ଓ ପୁଡୁକେଶ୍ଵରପଲ୍ଳିରେ ୧୪୪ଧାରା ଲାଗୁହୋଇଛି । ବାରୁଣି ସ୍ଥାନରେ ଅତ୍ୟଧିକ ଗହଳିକୁ ନେଇ ଏଭଳି କଡା ନିୟମ ହୋଇଥିବା ସୂଚନା ମିଳିଛି । ତେବେ ବାରୁଣି ସ୍ଥାନରେ ମଧ୍ଯ ବହୁତ କମ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି । କିନ୍ତୁ 144 ଧାରକୁ ଅବମାନନା କରି ଆଜି କିଛି ଶ୍ରଦ୍ଧାଳୁ ପୁରୋହିତକୁ ନେଇ ନଦୀ କୂଳରେ ପହଞ୍ଚି ଥିଲେ। ଖବର ପାଇଁ ଘଟଣାସ୍ଥଳରେ ଆସିକା ପୋଲିସ ପହଂଚି ପାଞ୍ଚ ପୁରୋହିତକୁ ଥାନାରେ ଅଟକ ରଖିଛି । ବାରମ୍ବାର ଜିଲ୍ଲା ପ୍ରଶାସନ ସଚେତନତା କରୁଥିଲେ ମଧ୍ୟ ଏହାର ସୁଫଳ ପରିଲକ୍ଷିତ ହେଉନାହିଁ ।