ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାର ମୁଖ୍ୟ ହୋଇଛନ୍ତି । ନାସାର କାମଚଳା ମୁଖ୍ୟ ଭାବେ ଭବ୍ୟା ନିଯୁକ୍ତ ହୋଇଛନ୍ତି। ସୋମବାର ଇଞ୍ଜିନିୟରିଂ ଓ ସ୍ପେଶ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତାର ଅଧିକାରୀ ଭବ୍ୟାଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ପୂର୍ବରୁ ୨୦୦୫ରୁ ୨୦୨୦ ପର୍ୟ୍ୟନ୍ତ ନାସାରେ ରିସର୍ଚ୍ଚ ଷ୍ଟାଫ୍ ଥିଲେ ଭବ୍ୟା ଲାଲ।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ନାସାର ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ପରିବର୍ତ୍ତନ ପାଇଁ ଗଠନ ହୋଇଛି ଏକ ସମୀକ୍ଷା ଦଳ । ସେହି ଦଳରେ ଭବ୍ୟା ମଧ୍ୟ ଜଣେ ସଦସ୍ୟ ଅଛନ୍ତି । ନାସା ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ଭବ୍ୟାଙ୍କର ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବିପୁଳ ଅଭିଜ୍ଞତା ରହିଛି। ଦୁଇଥର ବାଣିଜ୍ୟିକ ରିମୋଟ ସେନ୍ସିଂ ଉପରେ ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ ଫେଡେରାଲ୍ ଆଡଭାଇଜରୀ କମିଟିରେ କାର୍ୟ୍ୟ କରିଥିଲେ । ସେ କ୍ରମାଗତ ନାସାର ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଞ୍ଜିନିୟରିଂ ପରାମର୍ଶଦାତା କମିଟିର ବାହ୍ୟ ପରିଷଦ ସଦସ୍ୟ ମଧ୍ୟ ଥିଲେ।