ନଭେମ୍ବର ୧ରେ ଜନ୍ମଦିନ ପାଳନ କରନ୍ତି ଏହି ସବୁ ରାଜ୍ୟ

(ରିପୋର୍ଟସ ଟୁଡ଼େ): ଆଜିର ଦିନ ଭାରତ ପାଇଁ ବିଶେଷ ମହତ୍ୱ ରଖେ । କାରଣ ନଭେମ୍ବର ୧ ଏହିଦିନ ପାଖାପାଖି ୩ଟି ରାଜ୍ୟର ଜନ୍ମ ହୋଇଥିଲା। ଏହିଦିନ କେରଳ, କର୍ନାଟକ ଓ ହରିୟାନା ରାଜ୍ୟ ଜନ୍ମଦିନ ପାଳନ କରିଥାଆନ୍ତି।
ନଭେମ୍ବର ୧, ୧୯୫୬ରେ ଜନ୍ମ ନେଇଥିଲା କେରଳ ରାଜ୍ୟ। ଏହା ପୂର୍ବରୁ କେରଳ ୩ଟି ଅଞ୍ଚଳରେ ବିଭକ୍ତ ହୋଇଥିଲା। ଏହାର ପ୍ରଥମ ରାଜା କେରାଲିୟନ ଥାମବୋରନ କେରଳର ନାମକରଣ କରିଥିଲେ।
ଦକ୍ଷିଣ ଭାରତର ସମସ୍ତ କନ୍ନଡ ଭାଷୀ ଅଞ୍ଚଳକୁ ନେଇ ୧୯୫୬, ନଭେମ୍ବର ୧ରେ କର୍ନାଟକ ରାଜ୍ୟର ଗଠନ କରାଯାଇଥିଲା। ସେବେଠାରୁ ଆଜି ପର୍ୟ୍ୟନ୍ତ ଏହି ଦିନକୁ ଛୁଟି ଦିବସ ଘୋଷଣା କରାଯିବ ସହ ଏହି ଦିନକୁ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ।
ନଭେମ୍ବର ୧, ୧୯୬୬ରେ ପୂର୍ବ ପଞ୍ଜାବରୁ ଅଲଗା ହୋଇ ଗଢିଉଠିଥିଲା ହରିୟାଣା ରାଜ୍ୟ। ତେଣୁ ନଭେମ୍ବର ୧ ତାରିଖକୁ ଏହିସବୁ ରାଜ୍ୟ ଜନ୍ମଦିନ ଭାବେ ପାଳନ କରି ଆସୁଛନ୍ତି।