(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳି ଜେଏମଏଫସି ନୂତନ କୋଠା ତଦାରଖ କରିଛନ୍ତି । ଆସନ୍ତା ୮ ତାରିଖରେ ଅପରାହ୍ନ ୫ଟା ସମୟରେ ନୂତନ କୋଠାକୁ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ଉଦଘାଟନ କରିବେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ .ମନୋରଞ୍ଜନ ସାହୁ,ଜିଲ୍ଲା କୋର୍ଟ ରେଜିଷ୍ଟାର ଅମିତ ସୌରଭ କୁମାର ସେଠା, ଜେଏମଏଫସି ବିଚାରପତି ରାଜଶ୍ରୀ ପଟ୍ଟନାୟକ,ତହସିଲଦାର ପ୍ରଭାତ ପରିଡ଼ା ଓ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ ଜିତେନ ପ୍ରହରାଜ ମୁକ୍ତିରମ ସାବତ ଜଗତ ମୋହନ ସାହୁ ସାନ୍ତୁନ ପୋଲାଇ ନିରଞ୍ଜନ ସାହୁ ସମେତ ଓକିଲ ସଙ୍ଘର ସଦସ୍ୟ ମାନେ ଉପସ୍ଥିତ ଥିଲେ । ପରେ ଜିଲ୍ଳାପାଳ ଏମଏଫସି ଓ ଏମସିସି ବୁଲି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ବୁଲି ଦେଖିଥିଲେ । ହିଂଜିଳି ବ୍ଲକରେ ଚାଲିଥିବା ଉନ୍ନୟନ ମୂଳକ କାର୍ୟ୍ୟର ପ୍ରସ୍ତୁତି ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।