ଭୁବନେଶ୍ୱର: ଘରୋଇ ସ୍କୁଲ୍ ଫି’ ଛାଡ଼ ଆବେଦନକୁ ନେଇ ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ରାଜ୍ୟ ସରକାର ସ୍କୁଲ ଫି’କୁ ନେଇ ହାତ ଟେକି ଦେଇଛନ୍ତି । ସତ୍ୟପାଠରେ ଦର୍ଶାଇଛନ୍ତି ସ୍କୁଲ ଫି ଉପରେ ସରକାରଙ୍କ ଜୋର ଚାଲୁନି । ଘରୋଇ ସ୍କୁଲ ଫି’ ନିୟନ୍ତ୍ରଣ ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ନିୟମ କରି ନାହାନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଧାର୍ୟ୍ୟ କରାଯାଇଛି।
ଘରୋଇ ସ୍କୁଲ ଗୁଡିକର ଫି’ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ କଣ ନିୟନ୍ତ୍ରଣ ରହିଛି ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ। ଯାହାର ଉତ୍ତର ଆଜି ରଖିଛନ୍ତି ସରକାର। ସରକାର ନିଜ ଅପାରଗପଣିଆ ଲୁଚାଇବାକୁ ପୂର୍ବରୁ ଏହି ମାମଲାରେ ଅଦାଲତଙ୍କୁ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ । ତେବେ କୋର୍ଟ ବାହାରେ ଅଭିଭାବକ ସଂଘର ଓକିଲ ବିଭୂତି ଚୌଧୁରୀ କହିଛନ୍ତି, ପଞ୍ଜାବ ଓ ହରିୟାଣା ଭଳି ପଲିସି କାହିଁକି ହେଉନି ବୋଲି ହାଇକୋର୍ଟ ପଚାରିଛନ୍ତି ।
SR