ଏଣିକି ଘରୋଇ ଲ୍ୟାବରେ ୪୦୦ ଟଙ୍କାରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର: ଘରୋଇ ଲ୍ୟାବରେ କରୋନା ଟେଷ୍ଟ କରାଗଲେ ଯେପରି ରୋଗୀଙ୍କୁ ଲାବ ଠକିବେ ନାହିଁ ସେ ଲାଗି ରାଜ୍ୟ ସରକାର ଏକ ମୂଲ୍ୟ ନିର୍ଦ୍ଦାରଣ କରିଛନ୍ତି । ସରକାରଙ୍କ ଅନୁଯାୟୀ, ଏଣିକି ୪୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଆରଟି-ପିସିଆର ଟେଷ୍ଟ କରାଯାଇପାରିବ। ପୂର୍ବରୁ ୧୨୦୦ ଟଙ୍କାରେ ଘରୋଇ ଲ୍ୟାବରେ କରୋନା ଟେଷ୍ଟ ହେଉଥିଲା । ଜିଏସଟି ସହିତ ଘରୋଇ ଲ୍ୟାବ୍‌ ଟେଷ୍ଟ ଫି ୪୦୦ ଟଙ୍କା ରଖିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଆରଏମଆରସି ତତ୍ତ୍ୱାବଧାନରେ ଆରଟି-ପିସିଆର ଟେଷ୍ଟ ହେବ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୂଆ ବିଜ୍ଞପ୍ତି ଜାରି ହୋଇଛି ।

SR