ପିପିଲି ନିମାପଡା ରାସ୍ତାରୋକ

(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ଜିଲ୍ଲା ପିପିଲି ନିମାପଡା ରାସ୍ତାରୋକ । ଘଣ୍ଟା ଘଣ୍ଟା ଧରି ପିପିଲି ନିମାପଡା ରାସ୍ତାର କାଜି ପାଟଣା ଛକ ଠାରେ ରାସ୍ତା ଅବରୋଧ କରିଥିଲେ ବିଜେପିର ପୂର୍ଵତନ ବିଧାୟକ ବାଇଧର ମଲ୍ଲିକ ଓ ତାଙ୍କ ସମର୍ଥକମାନେ । ବିଶେଷକରି ଧନୁଆ ବନ୍ୟାର ସ୍ଥାୟୀ ପ୍ରତିକାର ଦାବୀ ସହିତ ବନ୍ୟା କ୍ଷୟକ୍ଷତି ପ୍ରଦାନ କରିବା ସହିତ ଅଚ୍ୟୁତପୁର କାଜ ବନ୍ଦ କରିବା ଦାବୀ କରି ରାସ୍ତା ଅବରୋଧ କରିଥିଲେ । ପ୍ରତିବର୍ଷ କୋଣାର୍କ ମହୋତ୍ସବ ଉଦଘାଟନ ଅବସରରେ ମନ୍ତ୍ରୀ ଓ ସରକାରୀ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି ରାସ୍ତା ଅବରୋଧ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ।