ଏଟିଏମ ଲୁଟେରାକୁ କାବୁ କଲେ ଗ୍ରାମବାସୀ

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ଅଫିସ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମରୁ ରାତି ପ୍ରାୟ ଗୋଟାଏ ସମୟରେ ଜଣେ ବ୍ୟକ୍ତି ଲୁଟ କରିବା ସମୟରେ ଗ୍ରାମବାସୀଙ୍କ ହାତରେ ଧରା ପଡିଛି । ଲୁଟେରା ଜଣଙ୍କ ଖଜୁରୀପଡା ଥାନା ଅନ୍ତର୍ଗତ ଦୂତିମେଣ୍ଡି ଗ୍ରାମର ଆକାଶ କୁମାର ମଲିକ ବୋଲି ସୂଚନା ମିଳିଛି । ରାତିରେ ଏଟିଏମ ମଧ୍ୟରେ ଗ୍ୟାସ କଟର ସାହାଯ୍ୟରେ କାଟୁଥିବାର କିଛି ଅଟୋ ଡ୍ରାଇଭର ଦେଖିବାକୁ ପାଇଥିଲେ । ଏବଂ କଣ ଚାଲିଛି ବୋଲି ପଚାରିବାରୁ ଲୁଟେରା ଜଣଙ୍କ ଦୌଡ଼ି ଯିବାବେଳେ ତାକୁ ମାଡିବସି ଆୟତ୍ତ କରି ସାରଙ୍ଗଡ଼ ପୋଲିସକୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଲୁଟ୍ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ଏବଂ ଅନ୍ୟ ସାମଗ୍ରୀ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି ।ରାତିରେ ସାହସର ସହିତ ଲୁଟେରାକୁ କାବୁ କରିଥିବା ଯୁବକ ମାନଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି ।