ତିତଲିର ଭୟ ନଜାଉଣୁ ବନ୍ୟାର ଭୟ ମନରେ ବସା ବାନ୍ଧିଲାଣି

(ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ଜିଲ୍ଲାରେ ତିତଲି ପ୍ରଭାବରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିଛି । ଆଜି ସକାଳୁ ସକାଳୁ ବର୍ଷ୍ା ଲାଗି ରହୁଥିବା ବେଳେ ଲଗାଣା ବର୍ଷା ପାଇଁ ଅନେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିବାରେ ଲାଗିଛି । ଏବେ ତତିଲିର ଭୟ ନଯାଉଣୁ ଲୋକଙ୍କ ମନରେ ବାତ୍ୟାର ଭୟ ବସା ବାନ୍ଧିଲାଣି । ସେପଟେ ଅନୁଗୋଳ ଜିଲ୍ଲା ବନ୍ତଳା, ପୋକତୁଙ୍ଗ।, ବାରଗଣିଆ, ଧକୁଟା,ଜମୁଣ୍ଡା,ବଡକନ୍ତକୁଳ, ମାଧପୁର ଜଙ୍ଗଲ, ଇଙ୍କର ବନ୍ଦ, ବଲାସିଙ୍ଗାରେ ବନ୍ୟା ପାଣି ଚାଷ ଜମି ଉଜାଡି ଦେବା ସହ ଅନୁଗୋଳ -ମାଧପୁର, ବନ୍ତଳା-ଧକୁଟା ଅଞ୍ଚଳ ରାସ୍ତା ଘାଟ ମଧ୍ୟ ଯୋଗାଯୋଗରୁ ବିଚ୍ଛିନ୍ନ କରିଦେଲାଣି । । ଅନ୍ୟ ପକ୍ଷରେ ପୋଲ ଉପରେ ୨/୩ଫୁଟର ପାଣି ଯାଉଛି । ବେଳକୁବେଳ ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ବନ୍ୟା ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ମଧ୍ୟ ହୋଇ ପଡିଲେଣି।