(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅମ୍ପାନ ପାଇଁ ଘୁଞ୍ଚିଲା ମାଟ୍ରିକ ଖାତା ଦେଖା । ଏ ନେଇ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମହାବାତ୍ୟା ‘ଅମ୍ପନ୍’ ଯୋଗୁ ମାଟ୍ରିକ୍ ଖାତାଦେଖାକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୦ ତାରିଖରେ ମାଟ୍ରିକ୍ ଖାତାଦେଖା ଆରମ୍ଭ ହୋଇଥାନ୍ତ। । ହେଲେ ଏହା ପରିବର୍ତ୍ତେ ମେ’ ୨୧ରୁ ମାଟ୍ରିକ ଖାତାଦେଖା ହେବ। ୬୦ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ଖାତାର ମୂଲ୍ୟାୟନ ହେବ । ଘରଠୁ ୧୦ କିଲୋମିଟର ଭିତରେ ମାଟ୍ରିକ୍ ଖାତା ଦେଖିବେ ଶିକ୍ଷକ। ସେହିପରି +୨ ବାକିଥିବା ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ସରିବ ଓ ଜୁନ୍ ୧ରୁ ଖାତାଦେଖା ହେବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।
ଏହି ଭିଡିଓ ଟିକୁ ନିଶ୍ଚୟ ଦେଖନ୍ତୁ ଏବଂ ଝଐଇଜଋ କରନ୍ତୁ ଧନ୍ୟବାଦ୍। ବିଜେଡିକୁ କେମିତି ଅଭିଶାପ ଦେଲେ ସାଧାରଣ ଜନତା।