ପିଲାଙ୍କ ଘରେ ବହି ପହଞ୍ଚାଇବେ ଶିକ୍ଷକ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): କୋରୋନା ସଂକ୍ରମଣକୁ ନଜରରେ ରଖି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧୀକୁ ବଢାଇଛନ୍ତି । ଏଥିପାଇଁ ସାରା ରାଜ୍ୟରେ ଲକଡାଉନ ହୋଇଥିବା ବେଳେ ସ୍କୁଲ ପିଲାଙ୍କ ନିକଟରେ କିଭଳି ବହି ପହଞ୍ଚିବ ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏହା ପୂର୍ବରୁ ମେଁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇଥିବାରୁ ପିଲାମାନେ କିଭଳି ପାଠ ପଢିବେ ସେ ନେଇ ଛାତ୍ର ଛାତ୍ରୀ ଓ ଅବିଭାବକମାନେ ଚିନ୍ତାରେ ଥିଲେ । ଲକଡାଉନ ପାଇଁ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହୋଇ ନ ପାରିବାରୁ ସମସ୍ତଙ୍କୁ ପାସ କରାଇଦେଇଥିଲେ । ନୂତନ ଉତିର୍ଣ୍ଣ ହୋଇଥିବା ପିଲାମାନଙ୍କ ପାଖରେ କିଭଳି ବହି ପହଞ୍ଚିବ ସେଥିପାଇଁ ରାଜ୍ୟ ଗଣ ଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ବ୍ୟବସ୍ଥା ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ବହି ସମସ୍ତ ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି । ତେଣୁ ଏହି ସବୁ ବହିକୁ ଏପ୍ରିିଲ ୨୫ ପୂର୍ବରୁ ପିଲାମାନଙ୍କ ପାଖରେ କିଭଳି ପହଞ୍ଚିବ ତାହା ନିଷ୍ପତି ହୋଇଛି । ରାଜ୍ୟରେ ଶିକ୍ଷକମାନେ ସବୁ ପିଲାଙ୍କ ଘରେ ବହି ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ଶମୀର ରଞ୍ଜନ ଦାସ ।