(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ଆସାମର ଗୌହାଟୀ ବିମାନବନ୍ଦରରୁ କ୍ରାଇମବ୍ରାଞ୍ଚ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ଉକ୍ତ ତିନିଜଣ ଦୃବୁର୍ତ୍ତ ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରୁ ଗୌହାଟୀ ଆସୁଥିଲେ । ଏମାନଙ୍କ ପାଖରୁ ୧୩୦ଟି ନକଲି ଏଟିଏମ କାର୍ଡ ସମେତ ୧୦ ବୋତଲ କଫ ସିରପ ଜବତ କରାଯାଇଛି । ସେହିପରି ନଗଦ ୯୧ ହଜାର ଟଙ୍କା ମଧ୍ୟ କ୍ରାଇମବ୍ରାଞ୍ଚ ଜବତ କରିଛି ।
ଏହି ତିନିଜଣ ଅଭିଯୁକ୍ତ ଚୋରା ନିଶା କାରବାରରେ ସମ୍ପୃକ୍ତ ଥିବା ସୂଚନା ମିଳିଛି । ବେଆଇନ କଫ ସିରପକୁ ଆସାମରେ ବିକ୍ରି କରିବାକୁ ଯୋଜନା କରୁଥିବାନେଇ ତିନି ଜଣ ଦିଲ୍ଲୀରୁ ଆସୁଥିବାର କ୍ରାଇମବ୍ରାଞ୍ଚ ପାଖରେ ଖବର ପହଞ୍ଚିଥିଲା । ଏହା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବିମାନବନ୍ଦରରେ ଚଢ଼ାଉ କରାଯାଇଥିଲା । ପଚରାଉଚୁରା ପରେ ତିନି ଜଣଙ୍କ ଘର ହରିୟାଣାରେ ବୋଲି ଜଣାପଡିଛି । ତେବେ ୧୩୦ଟି ଏଟିଏମ କାର୍ଡ କେଉଁ କାମରେ ବ୍ୟବହାର କରାଯାଉଥିଲା ପୁଲିସ ଏବେ ଏହାର ତଦନ୍ତ କରୁଛି ।