କମିସନରେଟ ପକ୍ଷରୁ କୋରୋନକୁ ନେଇ ସର୍ତକ ସୂଚନା ଜାରି

(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: କୋରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏଥି ପାଇଁ ଭୟଭିତ ଅଛନ୍ତି । ଏନେଇ ଓଡିଶାରେ ଦେଖିବାକୁ ମିଳିଛି ବ୍ୟାପକ ସଚେତନତା । ଆଜି ଏନେଇ କମିସନରେଟ ପୁଲିସ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛିି । କମିଶନରେଟ ପୁଲିସ ସବୁ ସଭା ସମିତିକୁ ରଦ୍ଧ କରିବା ସହ ବାରକ ଗୁଡିକୁ ନେଇ ସଚେତନ ରହିଛି । ଯଦି କୌଣସି ପୁଲିସ କର୍ମଚାରୀଙ୍କ ଦେହ ଖରାପ ହୁଏ, ତେବେ ତାଙ୍କୁ ସଂଗେ ସଂଗେ ଛୁଟି ଦିଆଯିବ । ଟ୍ୱିନସିଟି ରେ ସମସ୍ତ ସୁଇମିଙ୍ଗ ପୁଲ, ସିନେମା ହଲ ଓ ଜିମ ଇତ୍ୟାଦିକୁ ପିସିଆର ପଠାଇ ବନ୍ଦ କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।