(ସର୍ବେଶ୍ୱର ପାତ୍ର /କାମାକ୍ଷାନଗର ) : ଢେଙ୍କାନାଳ ଜିଲା କାମାକ୍ଷାନଗର ରେ କାଉ ମଡ଼କ ,ବାର୍ଡ ଫ୍ଲୋ ସନ୍ଧେହ ,ମୃତ କାଉକୁ ନେଇ ତଦନ୍ତ କଲା ପ୍ରାଣୀ ଚିକିତ୍ସା ବିଭାଗ ।ଗତ ଦୁଇ ଦିନ ହେଲାଣି କାମାକ୍ଷାନଗର ପୁରୁଣା ସିଆଇ ଅଫିସ ନିକଟରେ ୧୦ରୁ ଅଧିକ କାଉ ମରିକି ପଡିଲେଣି କାହାକି ବର୍ତ୍ତମାନ ରାଜ୍ୟରେ ବାର୍ଡ ଫ୍ଲୋ ଆତଙ୍କ ଥିବା ବେଳେ ଏହା ତାର ନମୁନା ହୋଇଥାଇ ପାରେ ବୋଲି ସାଧାରଣରେ ଚର୍ଚା ଜୋର ଧରିଛି ।ଏହି ଅଞ୍ଚଳରେ ଗାଁ ଗହଳିରେ ରହୁଥିବା କୁକୁଡ଼ା କୁ ମଧ୍ୟ ଘୁମା ରୋଗ ଦେଖା ଦେଲାନି ଯାହାକି ବାର୍ଡ ଫ୍ଲୋ ହୋଇଥାଇ ପାରେ ।ଖବର ପାଇ କାମାକ୍ଷାନଗର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ କହିଲେ ଆମ ଅଞ୍ଚଳରେ ବାର୍ଡ ଫ୍ଲୋ ନାହିଁ ତଥାପି କାଉ କାହିଁକି ମରିଲେ ତାକୁ ସଂଗ୍ରହ କରି ଟେଷ୍ଟ ପାଇଁ ପଠା ଯିବ ।ଆଉ କୁକୁଡ଼ା ଫାର୍ମ ମାନଙ୍କରୁ ରକ୍ତ ନମୁନା ସଂଗ୍ରହ କରାଯାଉଛି ।