ପୁରୀ : ଶ୍ରୀମନ୍ଦିର ପାଇଁ ଗଠିତ ହେଲା ୯ କମିଟି ।ଐତିହ୍ୟଠାରୁ ଚାଷ ଯାଏଁ ସବୁ ଦେଖିବ କମିଟି ।ଶ୍ରୀମନ୍ଦିର ସମ୍ବନ୍ଧୀୟ ସମସ୍ତ ଟେକ୍ନିକାଲ ପ୍ରସଙ୍ଗରେ ତଦାରଖ କରିବେ ।ସିଭିଲ,ଇଲେକ୍ଟ୍ରିକାଲ, ପବ୍ଲିକ୍ ହେଲ୍ଥ ,ମେକାନିକାଲ,ଆର୍କିଟେକ୍ଚର୍,କଞ୍ଜର୍ଭେଶନ, ହଟି କଲଚର୍ ପାଇଁ ଗଠିତ ହୋଇଛି ଏକାଧିକ ସଦସ୍ୟଙ୍କୁ ନେଇ ଟିମ୍।ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଓ ଆନୁସଙ୍ଗିକ ଭିତ୍ତିଭୂମିର ଉନ୍ନତୀକରଣ ନିମନ୍ତେ ୯ଟି କମିଟି ଗଠନ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚେନ୍ନାଇ ଏସ୍ଏନ୍ ବିଶ୍ୱବିଦ୍ୟାଳୟର କୂଳପତି ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ଉପ ନିର୍ଦ୍ଦେଶକ ଏବଂ ସିବିଆରଆଇ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ଏସ୍କେ ଭଟ୍ଟାଚାର୍ଯ୍ୟ ଏହି ବୈଷୟିକ କମିଟିର ଅଧ୍ୟକ୍ଷ ରହିଛନ୍ତି। କମିଟିରେ ସିଭିଲ ବିଭାଗରେ ୫ ଜଣ ରହିଛନ୍ତି।
ନିର୍ମାଣ ବିଭାଗର ପୂର୍ବତନ ଇଆଇସି ଡ. ଏନ୍ ସି ପାଲ, ଓବିସିସିର ପୂର୍ବତନ ଇସିଆଇ ତଥା ଏମ୍ଡି ଇଂ ଜେ କେ ଦାସ, ଜଳସମ୍ପଦ ବିଭାଗର ପୂର୍ବତନ ଇଆଇସି ଇଂ ଲିଙ୍ଗରାଜ ଗୌଡ଼, ନିର୍ମାଣ ବିଭାଗ ପୂର୍ବତନ ମୁଖ୍ୟଯନ୍ତ୍ରୀ ଇଂ. ବିନ୍ଧେଶ୍ଵର ପାତ୍ର, ନିର୍ମାଣ ବିଭାଗ ଅନ୍ୟତମ ପୂର୍ବତନ, ମୁଖ୍ୟଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ଆଚାର୍ଯ୍ୟ ଓ ପୂର୍ବତନ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ବି ଆଶିଷ କୁମାର ସୁବୁଦ୍ଧି ରହିଛନ୍ତି। ଇଲେକ୍ଟ୍ରୀ ବିଭାଗରେ ଶକ୍ତି ବିଭାଗ ପୂର୍ବତନ ଇଆଇସି ତଥା ପିସିଇଆଇ ଇଂ ଅଶ୍ୱିନୀ କୁମାର ଦାସ ଓ ଇଡ଼କୋ ପୂର୍ବତନ ମ୍ୟାନେଜର ଇଂ ସୁବାସ ଚନ୍ଦ୍ର ସାହୁ ରହିଛନ୍ତି। ପିଏଚ୍ ବିଭାଗରେ ଏଚ୍ ଆଣ୍ଡ୍ ୟୁଡି ବିଭାଗର ପୂର୍ବତନ ଇଆଇସି ଡ. ଭକ୍ତ କବି ଦାସ ଓ ପୂର୍ବତନ ଅତିରିକ୍ତ ସିଇ ଇଂ ଭାଗ୍ୟଧର ସାହୁ ରହିଛନ୍ତି। ମେକାନିକାଲ ବିଭାଗରେ ଓସିସିଏଲ୍ ପୂର୍ବତନ ମୁଖ୍ୟ ଯନ୍ତ୍ରୀ ଇଂ ରାମ ନାରାୟଣ ମହାନ୍ତି ଓ କୋରୋସନ୍ ପ୍ରୋଟେକ୍ଟ ନ ସଂସ୍ଥାର ଏମ୍ଡି ଇଂ ଜ୍ଞାନରଞ୍ଜନ ମହାନ୍ତି ରହିଛନ୍ତି। ଆର ର୍କି ଟେକ୍ଚର ବିଭାଗରେ ଭୁବନେଶ୍ଵର ସ୍ପେଶ କ୍ୟୁବ୍ ସଂସ୍କାର ଭବାନୀ ଶଙ୍କର ମିଶ୍ର ଓ କି ଟ୍ ବିଶ୍ଵବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ସୌମେନ୍ଦୁ ଏସ୍ ରାୟ ରହିଛନ୍ତି। ଉଦ୍ୟାନକୃଷି ବିଭାଗରେ ଓୟୁଏଟିର ପୂର୍ବତନ ପ୍ରଫେସର ଡ. ଅରୁଣ କୁମାର ଦାସ, ଓଏଫ୍ଡି ସିର ଡିଭିଜନାଲ ମ୍ୟାନେଜର ମିହିର କୁମାର ଜେନା, ଜିଏ ଆଣ୍ଡ୍ ପିଢି ବିଭାଗର ପୂର୍ବତନ ଉଦ୍ୟାନକୃଷି ବିଶେଷଜ୍ଞ ପ୍ରଣବ ଜେନା ରହିଛନ୍ତି । ସଂରକ୍ଷଣ ବିଭାଗରେ ଏଏସ୍ ଆଇ ପୂର୍ବତନ ନିର୍ଦ୍ଦେଶକ ଅଶୋକ କୁମାର ପଟେଲ ଓ ରାଜ୍ୟ ପ୍ରତ୍ନତତ୍ତ୍ଵ ନିର୍ଦ୍ଦେଶାଳୟର ସୁପରିଣ୍ଟେଣ୍ଡେଣ୍ଟ ଅଶ୍ୱିନୀ କୁମାର ଶତପଥୀ ରହିଛନ୍ତି। ଏହି କମିଟିର ଆବାହକ ରହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ନିର୍ମାଣ ବିଭାଗ ସୁପରିଟେଣ୍ଡିଂ ଇଞ୍ଜିନିୟର।