ଭୁବନେଶ୍ୱର: କମିଶନରେଟ ପୁଲିସ ୪ ଜଣଙ୍କୁ ଝାରପଡା କେନାଲ ରୋଡରେ ଗଞ୍ଜେଇ ବିକ୍ରି ଅଭିଯୋଗରେ ଗିରଫ କରିଛି । କମିଶନରେଟ ପୁଲିସର କୁଇକ ଆକସନ ଟିମ (କ୍ୟୁଏଟି) ଓ ଲକ୍ଷ୍ମିସାଗର ପୁଲିସର ଏକ ମିଳିତ ଦଳ ଏକ ସୂଚନା ଆଧାରରେ ଚଢଉ କରି ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାରପଡା ମୁସଲମାନ ସାହିର ସେଖ ବାସିର (୨୫), ସାଗିର ଖାଁ (୨୫), ମନିର ଖାଁ (୨୬) ଓ ସେଖ ସାବିର (୨୭) । ଏମାନଙ୍କଠାରୁ ପୁଲିସ ୮୩ କେଜି ଗଞ୍ଜେଇ, ଦୁଇଟି ମୋଟର ସାଇକେଲ, ୩ଟି ମୋବାଇଲ ଫୋନ ଓ ୪୭୦ ଟଙ୍କା ଜବତ କରିଛି ।
SR