କରୋନା ଜନିତ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ସାଉଦି ଆରବରେ ଅଧିକ

ବିଦେଶରେ ଭାରତୀୟଙ୍କ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୫ ପାର ।

(ଦିଲ୍ଲୀ) : ବିଦେଶରେ ଭାରତୀୟଙ୍କ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୩୫୫ ପାର । ସରକାର କହିଛନ୍ତି ଯେ କୋଭିଡ -୧୯ କାରଣରୁ ୮୮ ଟି ଦେଶରେ ୪୩୫୫ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି । ସର୍ବାଧିକ, ୧୨୩୭ ଭାରତୀୟ ସାଉଦି ଆରବରେ ମୃତ୍ୟୁବରଣ କରିଥିଲେ ।

ଏହି ସୂଚନା ରାଜ୍ୟସଭାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଦେଇଛନ୍ତି । ସେ କହିଛନ୍ତି ଯେ କୋଭିଡ -19 କାରଣରୁ ସାଉଦି ଆରବରେ ୧୨୩୭ ଭାରତୀୟ, ୟୁଏଇରେ ୮୯୪, କୁଏତରେ ୬୬୮, ଓମାନରେ ୫୫୫, ବହାରିନରେ ୨୦୩, ଆମେରିକାରେ ୫ ଏବଂ ଋଷରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।