ଭଗବତୀ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

(ଜୟନ୍ତ ସେଠୀ) ଗୋପ: ପୁରୀ ଜିଲ୍ଲା କୋଣାର୍କ ଭଗବତୀ ମହାବିଦ୍ୟାଳୟର ୪୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇଥିଲେ । ମନ୍ତ୍ରୀ ମହାବିଦ୍ୟାଳୟରେ ଥିବା ସମସ୍ତ ସୁବିଧା ଅସୁବିଧା ବିଷୟରେ କଲେଜ ପ୍ରିନସିପାଲଙ୍କ ସହ ଆଲୋଚନ କରି କଲେଜରେ ଖୁବଶୀଘ୍ର ଏକ ମିନି ଷ୍ଟାଡିୟମ ଓ ଛାତ୍ର ଛାତ୍ରୀ ମାନଙ୍କ ସମସ୍ତ ସମସ୍ୟା ପୂରଣ କରାଯିବ ବୋଲି ନିଜ ଅଭିଭାଷଣ ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ କିଛି ବୃକ୍ଷରୋପଣ କାର୍ୟ୍ୟକ୍ରମ ମଧ୍ୟ ମନ୍ତ୍ରୀଙ୍କ ଦ୍ୱରା ସମ୍ପାଦିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ କଲେଜ ପ୍ରିନସିପାଲ ଵିଷ୍ଣୁ ମିଶ୍ର , ପୂର୍ବତନ କାଉନସିଲର ପ୍ରତାପ ଗୋଛାୟତ , କଲେଜର ସମସ୍ତ କର୍ମଚାରୀ,ଛାତ୍ରଛାତ୍ରୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।