ବନ୍ଧୁକ ମୁନରେ ଲୁଟି ନେଲେ ଦୁର୍ବୃତ୍ତ

(ମମତା ସାମଲ)ରିପୋର୍ଟସଟୁଡ: ବନ୍ଧୁକ ମୁନରେ ଲୁଟି ନେଲେ ୩ ଲକ୍ଷ ଟଙ୍କା । ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ରାତିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଯୁବକ ବାଇକରେ ଦୋକାନ ନିକଟକୁ ଆସିଥିଲେ । ୪ ଜଣ ଭିତରେ ପଶିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ। ସେମାନେ ମାରଣାସ୍ତ୍ର ଏବଂ ପିସ୍ତଲ ଦେଖାଇ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ତାପରେ ହଠାତ ଡ୍ର ଖୋଲି ୩ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା ।