ଦୁର୍ଘଟଣାରେ ଦୁଇ ଛାତ୍ର ମୃତ

(ଶେଖ ଫାଇଜାନ କାଦରୀ)ଭଦ୍ରକ: ୧୬ ନଂ ଜାତୀୟ ରାଜପଥ ନୂଆ ବସ ଷ୍ଟାଣ୍ଡ ନିକଟ ଗ୍ୟାସ ଅଫିସ ସମ୍ମୁଖ ରେ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ସୂଚନାଅନୁଯାଇ ଆଜି ଭୋର ସମୟରେ ଏହି ଦୁଇ ଛାତ୍ର ସାଇକେଲରେ ମର୍ନିଙ୍ଗ ୱାର୍କ କରୁଥିବା ସମୟରେ ଗ୍ୟାସ ଅଫିସ ସମୁଖରେ ବାଲେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଏକ ଅଜଣା ଇଣ୍ଡିଗୋ ଗାଡି ସେମାନଙ୍କ ଉପରକୁ. ମାଡ଼ିଯାଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେବେ ଛାତ୍ରଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଁଚି ଦୁଇ ଜଣ ଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଭଦ୍ରକ ମେଡିକାଲ ପଠାଇ ଥିବା ବେଳେ ଫେରାର ହୋଇଯାଇଥିବା ଗାଡି କୁ ଧରିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି ।