୨୧୦ କେଜି ଗଞ୍ଜେଇ ଜବତ
ଫିରିଙ୍ଗିଆ ପୋଲିସ ଦ୍ୱାରା ବୋଲେରୋ ଗାଡି ସହ ୨୧୦ କେଜି ଗଂଜେଇ ଜବତ, ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଓ ଗାଡି ମଳିକ ନା ରେ ମାମଲା ରୁଜୁ କଲା ପୋଲିସ
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଦିନକୁ ଦିନ ଗଞ୍ଜେଇ ଚାଲାଣ ବଢ଼ିବାରେ ଲାଗିଛି କ୍ଷ ପୋଲିସ ଓ ଅବକାରୀ ବିଭାଗ ବାରମ୍ବାର ଧର ପଗଡ଼ କରିଥିବା ବେଳେ ବିଭିନ୍ନ ସମୟରେ ଗଞ୍ଜେଇ ଜବତ ସହ ମାଫିଆ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରଯାଉଛି କିନ୍ତୁ ଗଞ୍ଜେଇ ଚାଲାଣ କମିବର ନା ଧରୁନି କ୍ଷ ଗୋଟିଏ ପଟେ ମାଫିଆ ମନେ ବିଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଆଜି ପୁଣି ଫିରିଙ୍ଗିଆ ପୋଲିସ ଡିଣ୍ଡିରା ଗାଁ ପଞ୍ଚାୟତ ର କୁଡୁକି ଘାଟି ରାସ୍ତାରୁ ୨୧୦କେଜି ଗଞ୍ଜେଇ ସହ ଗଞ୍ଜେଇ ଚାଲାଣ ରେ ବ୍ୟବହୃତ OD17A 8342 ବୋଲେରୋ ପିକପ କୁ ଜବତ କରିଥିବା ଜଣା ପଡିଛି ଓ ପୋଲିସ କୁ ଦେଖି ଗାଡି ଡ୍ରାଇଭର ଜଣକ ରସ୍ତା ଉପରେ ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ଗାଡି ର ମଳିକ ନାରେ ମାମଲା ରୁଜୁ କରିଛି ପୋଲିସ ଓ ତେବେ ମାମଲା ରୁଜୁ ହୋଇଥିବା ଗାଡି ମଳିକ ଜଣକ ଅନଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଙ୍କରପାଳ ଗାଁ ର ସରୋଜ କୁମାର ସାହୁ ବୋଲି ଜଣାପଡିଛି ଓ ପୋଲିସ ର ସୂଚନା ଅନୁସାରେ ଫିରିଙ୍ଗିଆ ଅଂଚଳରୁ ଅନୁଗୁଳ ଅଂଚଳ କୁ ଏକ ଡାଲା ବିଲେରୋ ରେ ଗଂଜେଇ ଚଲାଣ ହେଉଥିବା ପୋଲିସ କୁ କୌଣସି ସୂତ୍ରରୁ ଖବର ମିଳିଥିଲା ଓ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର କୁଡୁକି ଘାଟି ନିକଟରେ ଜଗିରହି ଏହି ଗାଡିଟିକୁ ଧରୁବାରେ ସଫଳ ହୋଇଥିଲେ ଓ ଅନ୍ୟ ପଟେ ଏହି ଘଟଣା କୁ ନେଇ ଫିରିଙ୍ଗିଆ ଥାନାରେ ୭୦/୨୩ ରେ ଗଞ୍ଜେଇ ଚାଲାଣ ସମ୍ପର୍କିତ ମାମଲା ରୁଜୁ କରି ଜବତ ଗଂଜେଇ ସହ ଗାଡିକୁ କୋର୍ଟ ଚାଲାଣ କରାଯଇଥିବା ବେଳେ ଫେରାର ଅଭିଯୁକ୍ତ ମାନଂକୁ ଖୁବ ଶୀଘ୍ର ଧରାଜିବ ବୋଲି କହିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ