(ଓମପ୍ରକାଶ ମିଶ୍ର/ସୋନପୁର): ସୋନପୁର ସହର ୩ନମ୍ବର ୱାଡ଼ର ଘୋଡ଼ାଘାଟପଡ଼ା ଠାରେ ପାରିମ୍ଫାରିକ ଶୈଳୀରେ ରାମଲୀଳା ମହୋତ୍ସବ ବହୁ ଧୁମ୍ଧାମରେ ଉଦ୍ୟାପିତ ହୋଇଯାଇଛି । ଦୀର୍ଘ ୧୪ଦିନ ଧରି ଏହି ରାମଲୀଳା ନାଟକ ପରିବେଷଣ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସୀତାଚୋରି ,ରାମ ବନବାସ,କୁମ୍ଭକର୍ଣ୍ଣ ବଧ,ସେତୁବନ୍ଧ ପ୍ରତିଷ୍ଠା,ଭରତମିଳନ, ପରିବେଷିତ ହେଉଥିବା ବେଳେ ଆଜି ରାମ ରାବଣର ଯୁଦ୍ଧ ଦେଖିବାକୁ ମିଳିଛି।ଏହି ରାମଲୀଳା ମହୋତ୍ସବ ରେ ସମାଜ ସେବୀ ଶ୍ରୀବଛ ମଲ୍ଲିକ, ଭାଗିରଥି ମିଶ୍ର, ଗିରିଜା ଶଙ୍କର ସାହୁ, ହୄଷିକେଶ ପ୍ରଧାନ ଓ ସୋନପୁର ସହରର ବହୁତ ପୁରୁଷ ମହିଳା ମାନେ ପ୍ରମୁଖ ଯୋଗଦାନ କରି ରାମ ରାବଣର ଯୁଦ୍ଧ ନାଟକକୁ ବିଳମ୍ବିତ ରାତ୍ରି ପଯ୍ୟନ୍ତ ଉପଭୋଗ କରିଥିଲେ।