ବିଲୁଆଖାଇ ନଦୀରେ ବୁଡି ଯୁବକ ନିଖୋଜ

(ଦିଲ୍ଲୀପ ସାହୁ / ଜଗତସିଂହପୁର): ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଳେଇଘାଇ ନିକଟରେ ଅଘଟଣ । ବିଲୁଆଖାଇ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ବଗୁଲା ଗାଁର ଚନ୍ଦନ ମଲିକ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଖୋଜାଖୋଜି ଜାରି ରହି ଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନାହିଁ । ଆଜି ମଧ୍ୟାହ୍ନରେ ଏହି ଗାଁର ତିନିଜଣ ସାଙ୍ଗ ବିଲୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଚନ୍ଦନ ପାଣିରେ ବୁଡି ଯାଇଥିଲେ ।