ବିଧାନସଭା ବନ୍ଦ ନେଇ ଘେରିଲା ବିଜେପି

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କରୋନା ପ୍ରଭାବିତ ରାଜ୍ୟ କେରଳ ଓ ଦିଲ୍ଲୀରେ ବିଧାନସଭା ଚାଲିଛି। କିନ୍ତୁ ଓଡ଼ିଶାରେ କରୋନା ଆଳରେ ବିଧାନସଭା ବନ୍ଦ କରାଗଲା। କରୋନା ନାଁରେ ଭୟ ସୃଷ୍ଟି କରୁଛନ୍ତି। ଏହାସହ କରୋନା ନେଇ ବିଧାନସଭା ମୁଲତବୀ ହେବାକୁ ନାପସନ୍ଦ କରିଛନ୍ତି ପ୍ରଦୀପ୍ତ । ଅନ୍ୟପଟେ ୟେସ୍ ବ୍ୟାଙ୍କ ଚଞ୍ଚଳତା ଧରାପଡ଼ିବା ଭୟରେ ଗୃହ ବନ୍ଦ କରାଯାଇଥିବା ନେଇ ଅଭିଯୋଗ କରିଛି ବିଜେପି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆସନ୍ତା ୩୦ଯାଏ ଗୃହକୁ ମୁଳତବି ଘୋଷଣା କରାଯାଇଥିଲା । କରେନା ପାଇଁ ବିଧାନସଭା ମୁଲତବୀ ରଖିଥିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ଏନେଇ ଗୃହରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ହଟ୍ଟଗୋଳ ମଧ୍ୟ କରିଥିଲେ।