(ମମତା ସାମଲ)ରିପୋର୍ଟସଟୁଡେ: ଡିଜିଟାଲ ପ୍ଲାଟଫର୍ମରେ ନିଜର ଚମତ୍କାରିତା ପ୍ରଦର୍ଶନ କରିବାକୁ ଯାଉଛି ନିହାର ନମନ ଫିଲ୍ମସ (ଏନଏନଏଫ) । ନିୟମିତ ଭାବେ ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ମ୍ୟୁଜିକ ଭିଡ଼ିଓ, କ୍ଷୁଦ୍ର ଚଳଚ୍ଚିତ୍ର, ୱେବ ସିରିଜ ନିର୍ମାଣ କରାଯିବ । ଏହି କ୍ରମରେ ପ୍ରଥମ କରି ମୁକ୍ତିଲାଭ କରିଛି ଏକ ସାଇ ଭଜନ । ‘ସାଇ ଶଙ୍କର..’ ଶୀର୍ଷକ ଏହି ଗୀତଟିକୁ ଶଶାଙ୍କ ଶେଖରଙ୍କ କଣ୍ଠରେ ରେକର୍ଡ କରାଯାଇଛି । ବୈଦ୍ୟନାଥ ଦାଶ ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଗୀତ ଲେଖିଛନ୍ତି ସଂଗ୍ରାମ କେଶରୀ । ଏହାର ପ୍ରଯୋଜନା କରିଛନ୍ତି ଲିପୁ ବାବୁ ଓ ସିପୁ ବାବୁ । ଗୀତଟି ଶ୍ରୁତିମଧୁର ହେବା ସହ ସାଇ ପ୍ରେମୀଙ୍କୁ ଭକ୍ତି ରସରେ ବାନ୍ଧି ପାରିଛି । ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ସହ ଏନଏନଏଫର ନିଜସ୍ୱ ୟୁଟ୍ୟୁବ ଚ୍ୟାନେଲରେ ଏହା ଏବେ ଉପଲବ୍ଧ । କେଵଳ ସେତିକି ନୁହେଁ ଆଗକୁ ନୂଆବର୍ଷ ଉପଲକ୍ଷେ ଏନଏନଏଫ ପକ୍ଷରୁ ଓଡିଶାର ସବୁଠୁ ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ଫିଲ୍ମ ମୁକ୍ତିଲାଭ କରିବ ଯାହାକୁ ନେଇ ସବୁ ମହଲରେ ଅପେକ୍ଷା ରହିଛି ।