୨୬ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା
ଏପ୍ରିଲ ୨୬ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଟର୍ମ-୨ ବୋର୍ଡ ପରୀକ୍ଷା ହେବ । ଏନେଇ ସିବିଏସ୍ଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ।
(ଭୁବନେଶ୍ୱର) : ଏପ୍ରିଲ ୨୬ରୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ଟର୍ମ-୨ ବୋର୍ଡ ପରୀକ୍ଷା ହେବ । ଏନେଇ ସିବିଏସ୍ଇ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଏହି ପରୀକ୍ଷା ଅଫ୍ଲାଇନରେ ହେବ । କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସିବିଏସ୍ଇ ପରୀକ୍ଷା ନିୟନ୍ତ୍ରକ ଡ. ଶନ୍ୟାମ ଭରଦ୍ୱାଜ କହିଛନ୍ତି ।
ସୂଚନାନୁଯାୟୀ , ପରୀକ୍ଷା ସୂଚୀପତ୍ର ସିବିଏସ୍ଇ ୱେବସାଇଟ୍ରେ ଅପଲୋଡ୍ କରାଯିବ । ସିବିଏସ୍ଇ ୱେବସାଇଟରେ ଉପଲବ୍ଧ ପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ ବୋର୍ଡର ପ୍ରଶ୍ନ ପାର୍ଟନ ରହିବ । ଗତବର୍ଷ ନଭେମ୍ବର-ଡିସେମ୍ବରରେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା ହୋଇଥିଲା ।