(ମୃତ୍ୟୁଞ୍ଜୟ ଭୋଇ)ରିପୋର୍ଟସଟୁଡେ: କୋରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଲୋକମାନେ ଏଥି ପାଇଁ ଭୟଭିତ ଅବସ୍ଥାରେ ରହିଛନ୍ତି । ବିଧାନସଭା ସମ୍ମିଳନୀ କକ୍ଷରେ ବିଧାୟକଙ୍କୁ କରୋନାକୁ ନେଇ ସଚେତନ କରାଯାଇଛି । ନିଜ ନିର୍ବାଚନମଣ୍ଡଳିରେ ଲୋକଙ୍କୁ ସଚେତନ କରାଇବେ ବିଧାୟକ । ଏନେଇ ପ୍ରଥମେ ହାତ ଧୋଇ କୋରୋନା ସଚେତନତା ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ ଓ ବିଭିନ୍ନ ଦଳର ବିଧାୟକ ମଧ୍ୟ ହାତ ଧୋଇଛନ୍ତି । ଏହାସହ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ କୋରୋନା ଠାରୁ ରକ୍ଷା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ନେବା ଉଚିତ୍ । ହାତକୁ ବାରମ୍ବାର ଭଲ ଭାବେ ଧୋଇବା ଆବଶ୍ୟକ । କାର୍ୟ୍ୟାଳୟରେ ଟେବୁଲ, ଅନ୍ୟ ସାମଗ୍ରୀ ଭଲ ଭାବେ ସଫା କରିବା ଆବଶ୍ୟକ ।