(ଜୟନ୍ତ କୁମାର ସେଠୀ)ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦ୍ଘାଟିତ ହୋଇଯାଇଛି। ମେଳଣ ଜମାଣରେ ପରମ୍ପରା ଅନୁଯାୟୀ ଆତସ ବାଜି ପ୍ରଦର୍ଶିତ ହୋଇଥିଲା। ବାଣ ପ୍ରଦର୍ଶିତ ସମୟରେ ହାବଳୀ କାଠି, ଚେଙ୍ଗ ବାଣ, ଆକାଶ ଦ୍ୱୀପ ଝୁଲ ଆଦି ପଡି ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି ।ଆହତ ମାନଙ୍କୁ ହରିରାଜପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଛି । ମାତ୍ର ବସନ୍ତପୁର ଗ୍ରାମର ବିପିନି କୁମାର ଛୋଟରାୟ ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ମେଡିକାଲକୁ ପଠାଯାଇଥିବା ହରିରାଜପୁର ସ୍ୱାସ୍ଥ୍ୟ କେନ୍ଦ୍ରର ଇନିଚାର୍ୟ୍ୟ ଅମ୍ଳାନ ଜଗଦେବଙ୍କ ଠାରୁ ସୁଚନା ମିଳିଛି। ସେହିପରି ନିର୍ମିତ କରାଯାଇଥିବା ବିରାଟ ଶିବ ମୂର୍ତ୍ତି ମଧ୍ୟ ନିଆଁ ଝୁଲ ପଡି ପୋଡି ଯାଇଛି। ଏ ବର୍ଷ କରୋନା ଭୟରେ ମେଲଣ ପଡିଆରେ ଲୋକସଂଖ୍ୟା କିଛି ପରିମାଣରେ କମିଥିବାର ଦେଖାଯାଇଥିଲା ।