(ହର ପ୍ରସାଦ ବିଷୋଇ)ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ରାଜ୍ୟ ପରିବହନ ବିଭାଗ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପରିବହନ ବିଭାଗ,ଭିଡିଓ କନଫରେନ୍ସି ଦ୍ୱାରା ସମସ୍ତ ଆରଟିଓଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ମଦୁଆ ଡ୍ରାଇଭରଙ୍କ ପାଇଁ ନିୟମ କୋହଳ ହେବନି। ପୂର୍ବପରି ମଦୁଆ ଡ୍ରାଇଭରଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବା ସହ ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ଟେଷ୍ଟ ପାଇଁ ଅଧିକ ସେଣ୍ଟର ଖୋଲାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆରଟିଓରେ ଅଧିକ ଲୋକ ନିୟୋଜିତ କରି ଯଥା ସମ୍ଭବ ସମସ୍ତଙ୍କୁ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯିବ । ଆରଟିଓ ଅଫିସରେ ବୁଲୁଥିବା ଦଲାଲଙ୍କ ଉପରେ ପରିବହନ ବିଭାଗର କଡା ନଜର ରହିବ । କୌଣସି ଲୋକ ଧାର୍ୟ୍ୟ ମୂଲ୍ୟଠାରୁ ଅଧିକ ଅର୍ଥ କିଭଳି ଲୋକମାନେ ନଦେବେ ସେଥି ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ସମସ୍ତ ଆରଟିଓଙ୍କୁ ପରିବହନ ବିଭାଗର ନିର୍ଦେଶ। ପଲ୍ୟୁସନ ସେଣ୍ଟର ଗୁଡିକରେ ରେଟ ଚାର୍ଟ ଲଗାଇବା ପାଇଁ ସମସ୍ତଙ୍କୁ କୁହାଯାଇଛି।