ସରସ୍ୱତୀ ଏବଂ ଦୁର୍ଗା ପୂଜା ଉପରେ କେହି କଟକଣା ଲଗାଇ ପାରିବେନି : ଅମିତ ଶାହା

(ଭୁବନେଶ୍ୱର /ରିପୋର୍ଟସଟୁଡେ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ପଶ୍ଚିମବଙ୍ଗର ହାୱଡାରେ ନିର୍ବାଚନୀ ରାଲି କରିଛନ୍ତି । ରାଲିରେ ଟିଏମସି ଏବଂ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହା । କଂଗ୍ରେସ ଉପରେ ବର୍ଷି ଶାହା କହିଛନ୍ତି ଯେ ପଶ୍ଚିମବଙ୍ଗ ସହ ଭେଦଭାବ କରିଛି କଂଗ୍ରେସ । ଶାହା କହିଛନ୍ତି ଯେ ଆମେ ପୁଣି କ୍ଷମତାକୁ ଫେରିଲେ ଏନଆରସି ଆଣି ଶରଣାର୍ଥୀମାନଙ୍କୁ ଭାରତୀୟ ନାଗରିକତା ଦେବୁ ।

ଅମିତ ଶାହା କହିଛନ୍ତି ଯେ ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଚରମ ସୀମାନରେ ପହଞ୍ଚିଛି । ଲୋକମାନଙ୍କୁ କାମ କରାଇବା ପାଇଁ ଟିଏମସିରୁ ଟିକସ ଦେବାକୁ ପଡିଛି । ସେ କହିଛନ୍ତି ଯେ ୟୁପିଏ ସରକାର ସମୟରେ ମାତ୍ର ୧.୩୨ ଲକ୍ଷ କୋଟି ଦିଆଯାଇଥିଲା ଯେତେବେଳେ କି ବିଜେପି ନେତୃତ୍ୱାଧିନ ଏନଡିଏ ସରକାର ପଶ୍ଚିମବଙ୍ଗକୁ ୪.୨୪ ଲକ୍ଷ କୋଟି ଦେଇଛି । କିନ୍ତୁ ଲୋକଙ୍କ ପାଖରେ ଏହି ଟଙ୍କା ପହଞ୍ଚିନି । ଏହାର ମୁଖ୍ୟ କାରଣ ହେଲା ରାଜ୍ୟରେ ଥିବା ମମତା ସରକାର ଭ୍ରଷ୍ଟାଚାରରେ ଲିପ୍ତ ରହିଛି ।
ବମ ତିଆରି ହେଉଥିବା ଫ୍ୟାକ୍ଟ୍ରି ଛାଡିଦେଲେ ଟିଏମସି ସରକାର ରାଜ୍ୟରେ ଆଉ କୌଣସି ଫ୍ୟାକ୍ଟ୍ରି ନିର୍ମାଣ କରିନି । ରାଜ୍ୟରେ ଟିଏମସି ହିଂସା ଘଟାଉଛି ଏବଂ ଲୋକତନ୍ତ୍ରର ହତ୍ୟା କରୁଛି । ଏହାସହ ଅଣୁପ୍ରେବଶକାରୀଙ୍କ ଉପରେ କଡା ପ୍ରତିକ୍ରିୟା ରଖଛନ୍ତି । ଶାହା କହିଛନ୍ତି ଅଣୁପ୍ରବେଶକାରୀ ମାନେ ଦେଶକୁ ବର୍ବାଦ କରୁଛନ୍ତି । ଆମେ ସେହିମାନଙ୍କୁ ବାହାର କରିବୁ । ଏହା ସହ ବିଜେପିର ଉପଲବ୍ଧିକୁ ଲୋକମାନଙ୍କ ପାଖରେ ବଖାଣିଥିଲେ ଶାହା ।