(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦାମ ବିଜେପିରେ ମିଶିବା ପରେ ରାଜନୈତିକ ବିଶେଷଜ୍ଞଙ୍କ ଚର୍ଚ୍ଚାକୁ ଆସିଛନ୍ତି ଦାମ ଓ ତାଙ୍କ ପୁଅ ସମ୍ବିତ । ସମ୍ବିତ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରାଜନୀତି ତା ବାଟରେ ଓ ପରିବାର ତା ବାଟରେ । ଦୁହେଁ କେବେ ଏକାଠି ହେବେ ନାହିଁ କି ଏହାଦ୍ୱାରା ତାଙ୍କୁ କିଛି ଫରକ ପଡିବ ନାହିଁ । ସମ୍ବିତ ଗତ କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସେ ପାରାଦ୍ୱୀପରୁ ଲଢିବାକୁ ଇଛା ପ୍ରକାଶ କରିଥିଲେ । ପୂର୍ବରୁ କୁହାଯାଉଥିଲା, ଦାମଙ୍କ ପାଦରେ ଶିକୁଳି ପକାଇବା ଦୃଷ୍ଟିରୁ ନବୀନ କୁଆଡେ ତାଙ୍କ ପୁଅଙ୍କୁ ପାରାଦ୍ୱୀପର ୁ ବିଧାୟକ ଟିକେଟ ଓ ଝିଅକୁ ଭୁବନେଶ୍ୱର ମହାନଗର ନିଗମର ମେୟର କରିବାକୁ ଥୋପ ପକାଇଥିଲେ ।
କିନ୍ତୁ ଗତକାଲି ସବୁ ବନ୍ଧନକୁ ଟାଳି ଦାମ ବିଜେପିରେ ମିଶିଲେ । ଏହା ପରେ ଲୋକଙ୍କ ନଜର ବାପ- ପୁଅ ଲଢେଇ ଉପରେ । କିଏ ଜିତିବ କିଏ ହାରିବ ତାହାକୁ ନେଇ ଚାଲିଛି ଅଙ୍କ କଶା ।ଏପରି ବେଳେ ସମ୍ବିତ କହିଛନ୍ତି, ବାପା ପାରାଦ୍ୱୀପରୁ ଠିଆ ହେଲେ ମଧ୍ୟ ତାଙ୍କର କିଛି ଫରକ ପଡିବ ନାହିଁ । ରାଜନୀତି ତା ବାଟରେ ଯିବ ଓ ଘର ତା ବାଟରେ । ଉଭୟଙ୍କ ବାଟ ଭିନ୍ନ । ଯଦି ବାପା ତାଙ୍କ ବିରୋଧରେ ଠିଆ ହୁଅନ୍ତି, ତେବେ ଏହା ତାଙ୍କୁ କୌଣସି ପ୍ରକାରରେ ପ୍ରଭାବିତ କରିବ ନାହିଁ । ସେ ଜଣେ ବିରୋଧୀ ସଦୃଶ କାମ କରିବେ । ତେଣୁ ଏହାକୁ ନେଇ ଚର୍ଚ୍ଚା ନିତାନ୍ତ ଅଯୁକ୍ତିକର ।
ସେପଟେ କିନ୍ତୁ ପୁଅକୁ ବାଟ ଛାଡିବା ଲକ୍ଷ୍ୟରେ ଦାମ ବାଲିକୁଦା ପାଇଁ ଇଛା ପ୍ରକାଶ କରୁଥିବା କୁହାଯାଉଛି । ତେବେ ଯଦି ବିଜେପି ଦାମଙ୍କ ଇକ୍ତାକୁ ସମ୍ମାନ ନ ଦିଏ ତେବେ ବାପ-ପୁଅଙ୍କ ଲଢେଇ ଦେଖିବା ଯୋଗ୍ୟ ହେବ ।