ମିଲର ଓ ଲ୍ୟାମ୍ପର ମଧୁଚନ୍ଦ୍ରିକା,ଭିଜିଲା ଚାଷୀଙ୍କ ଶୁଖିଲା ଧାନ

(ଦୀପକ ମିଶ୍ର)ଉଦଳା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ବାହାନଡ଼ା ବୃହଦାକାର ବହୁମୁଖୀ ସମବାୟ ସମିତି ବା ଲ୍ୟାମ୍ପର ଧାନ ବିକ୍ରୟ ପାଇଁ ୧୧ତାରିଖରେ ଟୁକନ ଏସମେସ ଜରିଆରେ ପ୍ରାୟ ୫୯ଚାଷୀଙ୍କୁ ଜଣାଯାଇଥିଲା। କିଛି ଚାଷୀ ୧୧ତାରିଖ ସକାଳେ ମଣ୍ଡିକୁ ଧାନ ଆଣିଥିଲେ। ସେଦିନ ହୋଲିର ପର ଦିନ ଥିବାରୁ ଲେବର ମିଳି ନଥିବାରୁ ଅଳ୍ପ କିଛି କିଣି ଆର ଏମ ସି ବନ୍ଦ କରିଥିଲା ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଏ ସମସ୍ତ ଅସୁବିଧା ଦେଖି ଲ୍ୟାମ୍ପ୍ସ ଏମଡ଼ି ଏକ ଲିଖିତ ବିଜ୍ଞପ୍ତି ନୋଟିସ ବୋର୍ଡ଼ରେ ପ୍ରକାଶ କରିବା ସହିତ ଗୋଦାମ ଗୃହ ଓ ବାହାରେ ଲଗାଇଥିଲେ। ଯେପରିକି ସାଧାରଣ ଲୋକ ଏହାକୁ ଦେଖି ପାରିବେ। ୧୨ତାରିଖ ୫ଟା ସୁଦ୍ଧା ଆର ଏମ ସିର କର୍ମଚାରୀ,ଗାଡ଼ି ଧାନ କ୍ରୟ ପାଇଁ ପହଁଛି ନଥିଲେ। ଏପଟେ ଦିନ ପ୍ରାୟ ୨ଟା ସମୟରେ କାଳବୈଶାଖୀରେ ଚାଷୀଙ୍କ ଧାନ ବସ୍ତା ବାହାରେ ଥିବାରୁ ତାହା ବର୍ଷାରେ ଓଦା ହୋଇଯାଇଥିଲା। ଲ୍ୟାମ୍ପ ତରଫରୁ ଯେତିକିଟି ତମ୍ବୁ ଦିଆଯାଇଥିଲା,ତାହା ନିଅଣ୍ଟ ପଡ଼ିଥିଲା। ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ଓ ହୋ ହାଲ୍ଲା ପରେ ଏମଡ଼ି ଆସି ଟୁକନର କ୍ରମିକ ହିସାବରେ ଧାନ ବିକ୍ରି ପାଇଁ ଡ଼ାକିଥିଲେ ।