(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ମାଲକାନଗିରି ଜିଲ୍ଲା ସ୍ଥିତ କାଲିମେଳା ବ୍ଳକ ଅନ୍ତର୍ଗତ କାଲିମେଳା ଲ୍ୟାମ୍ପରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ବିଭିନ୍ନ ଦାବିକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ମଣ୍ଡିରେ ଧାନର ଟାର୍ଗେଟ କମ ତଥା ଟୋକେନ ସମସ୍ୟାକୁ ନେଇ ଆଜି କାଲିମେଳା ଲ୍ୟାମ୍ପ କାର୍ୟ୍ୟାଳୟରେ ଚାଷୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଚାଷୀ ମାନଙ୍କ ଅଭିଯୋଗ ହେଉଛି କାଲିମେଳା ଲ୍ୟାମ୍ପ ଅନ୍ତର୍ଗତ କାଲିମେଳା ମଣ୍ଡିରେ ପାଞ୍ଚଟି ପଞ୍ଚାୟତକୁ ମିଶା ଯାଇ ସପ୍ତାହକୁ ୨ଟି ମଣ୍ଡି କରାଯାଉଥିବା ବେଳେ ଉଣ୍ଡୁରୁକୋଣ୍ଡା ,ଲୁଗେଲ ଓ ମାନ୍ୟମକୋଣ୍ଡା ଭଳି ଛୋଟ ଛୋଟ ପଞ୍ଚାୟତରେ କାହିଁକି ସପ୍ତାହରେ ଗୋଟିଏ ମଣ୍ଡି ହେଉଛି। ସରକାର ଏ ବର୍ଷ କରୋନା ଆଳରେ ଚାଷୀଙ୍କୁ ହଇରାଣ କରୁଥିବାରୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।ଏହା ଛଡା ଟୋକେନ ବ୍ୟାବସ୍ଥାରେ ପ୍ରଥମ ଟୋକେନରେ ଥିବା କମ ଧାନକୁ ବିକ୍ରି କରିବାର ଅପ୍ସନ ଥିବାରୁ ଚାଷୀ ମାନେ ପ୍ରଥମ ଥର ଧାନ ବିକ୍ରି କରିଲା ବେଳକୁ ଆଶଙ୍କାରେ ରହୁଛନ୍ତି କି ଦ୍ଵିତୀୟ ଟୋକେନରେ ଆଉ ଧାନ ବିକ୍ରି କରିପାରିବେ କି ନାହିଁ।କାରଣ ମଣ୍ଡିରେ ଟାର୍ଗେଟ କମ ଥିବାରୁ ଚାଷୀଙ୍କୁ ଥରେ ଲେଖାଏଁ ଧାନ ବିକ୍ରିର ସୁଯୋଗ ଦେଲେ ମଧ୍ୟ ଦ୍ଵିତୀୟ ଥର ବିକ୍ରି କରିବା ବେଳେ ଏହି ଟୋକେନର ଅବଧି ସରିଯିବ।ଯାହା ଫଳରେ ଚାଷୀମାନେ ତାର କଷ୍ଟରେ ଉପାର୍ଜିତ ଧାନକୁ ବାହାରର ଦଲାଲ ମାନଙ୍କ ପାଖରେ ବିକିବା ପାଇଁ ବାଧ୍ୟ ହେବେ।ଆଜି ଏହି ସମସ୍ୟାକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଉତ୍ତମ ରାୟ, ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଭବାନିଶଙ୍କର ମୂଖାର୍ଜୀ, ମାଲକାନଗିରି ଜିଲ୍ଲା ସେକ୍ରେଟାରୀ ଶ୍ରୀଯୁକ୍ତ ରତ୍ନାକର ପାଣିଗ୍ରାହୀ, କାଲିମେଳା ମଣ୍ଡଳ କମିଟିର ସଭାପତି ଅଭୁତ ପ୍ରସାଦ ଦୁର୍ଗା ଆଦି ପ୍ରମୁଖ ବ୍ୟକ୍ତି ମାନେ ଆସି ଚାଷୀ ମାନଙ୍କୁ ବୁଝାସୁଝା କରିବା ସହ ଚାଷୀ ମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ତୁରନ୍ତ ଲ୍ୟାମ୍ପରେ କାର୍ୟ୍ୟରତ ଏମ.ଡି ସୋରଜ କୁମାର ସୁନ୍ଦରାୟଙ୍କୁ କହିଥିଲେ।ଏହା ବ୍ୟତିତ ଦଲାଲ ମୁକ୍ତ ମଣ୍ଡି ସହିତ କଟିନି ଛଟିନିର ସମାଧାନ ପାଇଁ ଖୁବ ଶିଘ୍ର ପଦକ୍ଷେପ ନେବାକୁ ଚାଷ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।