( ଖଗେଶ୍ୱର ପିଙ୍ଗୁଆ / ପାଲଲହଡା): ବାଧକ ସାଜିଛି ଆଧାର କାର୍ଡ । ବୟସ ଅଧିକ ହେତୁ ପାଇପାରୁ ନାହାଁନ୍ତି ଭତ୍ତା । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପାଲଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ଆଲୋରୀ ପଞ୍ଚାୟତ ନୂଆଗାଁରେ ।
ନାମ ମାଟା କଳା। ସ୍ତ୍ରୀ ବୁଦୁନି କଳା, ନିଜର ପୁଅ ଝିଅ ମିଶି ଚାରି ଜଣକୁ ନେଇ ପରିବାର ଚଳେ, ଅର୍ଥ ଅଭାବରୁ ସବୁ ପିଲା ପାଠ ପଢା ଛାଡି ଗାଈ ଚରାଳୀ ପାଲଟିଗଲେ । ଦୁଇ ବର୍ଷ ହେଲାଣି ରୋଗରେ ପୀଡିତ ଥିବା ହେତୁ ମାଟା ଟଙ୍କା ଟିଏ ରୋଜଗାର କରି ପାରୁନାହାନ୍ତି । ସ୍ତ୍ରୀ ରୋଜଗାରକୁ ଅନେଇ ଥାନ୍ତି ମାଟା । ହେଲେ ରୋଗିଣା ସ୍ତ୍ରୀ କେତେ ଦିନ ପାଞ୍ଚ ଜଣଙ୍କୁ ମୂଲ ମଜୁରୀ କରି ଖାଇବାକୁ ଦେବ । ମାଟାର ଚାଲିବା ଅସୁବିଧା ସକାଶେ ବାଡ଼ିର ସାହାରା ନେଉଛନ୍ତି ତା ସହ ପେଟ ଧୀରେ ଧୀରେ ଫୁଲିବାରେ ଲାଗିଛି । ତାର ଏହି ଅବସ୍ଥାକୁ ନେଇ ସେ ବିଡିଓଙ୍କ ଠାରୁ ଧରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଖିତ ଭାବେ ଜଣାଇ ଥିଲା କିନ୍ତୁ କେହି ଏ ପର୍ଯ୍ୟନ୍ତ ତାର ଦୁଖଃଭରା କଥା ସୁଣି ନଥିଲେ । ସରକାରୀ ବାବୁଙ୍କ କହିବା ଅନୁଯାଇ ମାଟାର ଆଧାର କାର୍ଡରେ ବୟସ ୬୦ ହୋଇନାହିଁ ତେଣୁ ସେ ଭତ୍ତା ପାଇପାରିବ ନାହିଁ । ସରକାରଙ୍କର ନିୟମ ଅନୁଯାଇ କଣ ୬୦ ବର୍ଷ ହେଲେ ଭତ୍ତା ଦିଅଯିବ କଣ ରୋଗୀଣା ମାନଙ୍କ ପାଇଁ କୌଣସି ସୁବିଧା ନାହଁ । ଏହି ଲୋକଟିକୁ ଦେଖିଲେ ଲାଗୁନି ଆପଣଙ୍କୁ ଯେ ସରକାର ପ୍ରକୃତରେ ଅନ୍ଧ ହୋଇ ଯାଇଛି । ଏହି ଲୋକଟିକୁ ଦେଖିଲେ ଲାଗୁଛି ୫ଟି ଗାଲାକୁଆଡେ । ମାଟା ଓ ତା ସ୍ତ୍ରୀ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଦେହ ଭଲ ହେବା ପାଇଁ ସରକାର କିଛି ଅର୍ଥରାଶି ପ୍ରଦାନ କଲେ ସେମାନେ ଖୁସିରେ ରହିପାରିବେ । ଦେଖିବାକୁ ବାକି ରହିଲା ସରକାର କେବେ ଶୁଣୁଛନ୍ତି ମାଟାର ଦୁଖଃ କଥା ।