ବୃଦ୍ଧଙ୍କ ମୃତ୍ୟୁ , କାରଣ ଅସ୍ପଷ୍ଟ

(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଧାନ କ୍ଷେତରେ କାମ କରୁଥିବା ବେଳେ ବୁଦ୍ଧଙ୍କ ମୃତ୍ୟୁ ଘଟିଛି। ଏମିତି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦହିମୁଣ୍ଡଳି ଗ୍ରାମରେ । ହୀନ ବରାଡ ନିଜ ବିଲ କ୍ଷେତରେ କାମ କରୁଥିବା ବେଳେ ମୁଣ୍ଡ ବୁଲେଇବାରୁ ଧାନ କ୍ଷେତ୍ରରେ ପଡିଯାଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ ଗୋବର ପରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗାଙ୍ଗପୁର ପୁଲିସ ଖବର ପାଇ ଭଞ୍ଜନଗର ଡାକ୍ତରଖାନାରେ ପହଞ୍ଜି ହୀନର ମୃତଦେହକୁ ଜବତ କରିବା ସହ ତଦନ୍ତ କରି ବ୍ୟବଚ୍ଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ଏହି ଘଟଣାକୁ ନେଇ ଗାଙ୍ଗପୁର ଥାନା କେସ ନଂ ୨୩/୨୦ରେ ଏକ ଅପମୃତ୍ୟ ମାମଲା ହେଇଥିବା ବେଳେ ହୀନର ମୃତ୍ୟୁର କାରଣ ଜଣାପଡିନାହିଁ ।ବ୍ୟବଛେଦ ରିପୋର୍ଟ ଆସିଥିବା ପରେ ମୃତ୍ୟୁର କାରଣ ଜଣାପଡିବ ବେଲି ଥାନା ଅଧିକାରୀ ଧୀରେନ କୁମାର ଦାସ କହିଛନ୍ତି ।