(ସୂର୍ଯ୍ୟକାନ୍ତ ବେହେରା / ମାଲକାନଗିରି): ଆଜି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ଉଦ୍ୟମରେ ନଷ୍ଟ କରାଯାଇଛି ଗଞ୍ଜେଇ ଚାଷ । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମା ତହସିଲ ଅଧୀନରେ ଥିବା ମଜୁରଲେଣ୍ଡି ଓ ପରଜାପଦର ଗ୍ରାମର ଜଙ୍ଗଲର ୭୧ ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ମିଳିତ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୧ ଲକ୍ଷ ୧୨ ହଜାର ୫୦୦ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ଯାହାର ଅନୁମାନିକ ମୂଲ୍ୟ ୧୧ କୋଟି ଟଙ୍କା ହେବ ବୋଲି ଅବକାରୀ ସୁପରିଟେଣ୍ଡେଣ୍ଟ ଅଶୋକ ସେଠ ସୂଚନା ଦେଇଛନ୍ତି। ଏହି ମିଳିତ ଅପରେସନରେ ଅବକାରୀ ବିଭାଗ ଇନ୍ସପେକ୍ଟର ଗଙ୍ଗା ପାଇକରାୟ, ଓଆଇସି ଜଗା ରାଓ , ଦିଲୀପ ନାୟକ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏଥି ସହିତ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଗିରିଶ୍ ଚନ୍ଦ୍ର ମହାରଣା ଏବଂ ତାଙ୍କର ୩୦ରୁ ଉର୍ଦ୍ଧ୍ବ ଷ୍ଟାପ ଏହି ଚଢ଼ାଉରେ ସାମିଲ ହୋଇଥିଲେ।