(ରଜନୀକାନ୍ତ ପାତ୍ର / ଗଞ୍ଜାମ): ଗଞ୍ଜାମ ଜିଲ୍ଲାର ବଡ଼ଗଡ଼ ପୋଲିସକୁ ପୁଣି ସଫଳତା । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।
ଖବର ଅନୁଯାୟୀ, ଗତ ୧୮ତାରିଖରେ ବଡ଼ଗଡ଼ ଗାଁର ସୀମାଦ୍ରୀ ପାତ୍ରଙ୍କ ଘରେ ପଶି ମାଉଜର ଦେଖାଇ ଲୁଟିନେଇଥିଲେ । ଅନେକ ସୁନା ସାମଗ୍ରୀ ସହ ଟଙ୍କା ଲୁଟି ନେଇଥିଲେ । ସେବେଠାରୁ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ ଟିମ ଗଠନ କରାଯାଇ ଛାନ୍ଭିନ୍ ଜାରି ରହିଥିଲା । ଏବେ ପୋଲିସକୁ ମିଳିଛି ସଫଳତା ମିଳିଛି । ସାତଜଣ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କୁ ନିକଟରେ ୩ଟି ମୋବାଇଲ, ଗୋଟିଏ ମାଉଜର, ତିନୋଟି ଅଫୁଟା ଗୁଳି ସହ କିଛି ସୁନା ସାମଗ୍ରୀ ଜବତ ହୋଇଛି ।