(ରିପୋଟରସ୍ ଟୁଡ଼େ/ ମୃତ୍ୟୁଞ୍ଜୟ ଭୋଇ ) : ସାରା ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ସେହିପରି ଦେଖିବାକୁ ମିଲିଛି ପୁରୀରେ ଡବଲ୍ ଏନକାଉଣ୍ଟର । ଗତକାଲି ରାତିରେ ପୁରୀ ତାଳବଣିଆ ଓ ବାସେଳୀସାହି ଥାନା ଅଞ୍ଚଳରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ୍ । ଏନକାଉଣ୍ଟରରେ ବାଲି ମାଫିଆ ଟିକି ମିଆଁ ଓ ବିଶ୍ୱରଞ୍ଜନ ଓରଫ୍ ବିଶୁ ଗୁରୁତର ଆହତ ହୋଇଛନ୍ତି । ବିଶ୍ୱରଞ୍ଜନ ର ଡାହାଣ ଗୋଡରେ ଗୁଳି ବାଜିବାରୁ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ସେପଟେ ବିଶ୍ୱରଞ୍ଜନ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ୍ ।ଟିକି ମିଆଁ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଛି । ସେପଟେ ପୁରୀକୁ ଐତିହ ନଗରୀରେ ପରିଣତ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ଅନେକ କ୍ରିମିନାଲ୍ ମାନଙ୍କ ଲିଷ୍ଟ କରି ବିଭିନ୍ନ ଥାନାକୁ ଦେଇଛନ୍ତି ।