କଣିହାଁ /ଜ୍ୟୋତିରଞ୍ଜନ ଧର : ଅନୁଗୋଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପ୍ରତିଭା ଆମ ପରିଚୟ’ ଓ ‘ଆଗେଇବା’ ସାପ୍ତାହିକ ପତ୍ରିକାର ଦେଉଳବେଡ଼ା ଠାରେ ନୂତନ କାର୍ୟ୍ୟାଳୟ ଗୃହ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଦୁଇଟି ଅଗ୍ରଣୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଢ଼େଙ୍କାନାଳ ସାଂସଦ ମହେଶ ସାହୁଙ୍କ ସଭାପତିତ୍ୱ କରିଥିଲେ । ଆୟୋଜିତ ଏହି ଉତ୍ସବରେ ଏମସିଏଲ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକ ଅରୁଣ କୁମାର ସ୍ୱର୍ଣ୍ଣକାର, ଲିଙ୍ଗରାଜ କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଆରକେ ରାଜୁ ଓ ଭରତପୁର କୋଇଲା କ୍ଷେତ୍ର ମହାପ୍ରବନ୍ଧକ ମୁରାରୀ ମିଶ୍ର ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ଲକ୍ଷ୍ୟ ନେଇ ‘ଆମ ପ୍ରତିଭା ଆମ ପରିଚୟ’ ସାମାଜିକ ଅନୁଷ୍ଠାନ ଗଠିତ ହୋଇଥିଲା ବେଳେ ବିଭିନ୍ନ ସମୟରେ ମହାପୁରୁଷ, ନିଷ୍ପେସିତ ଅସହାୟ ଓ ଗରିବ ଲୋକଙ୍କୁ ସାହାଯ୍ୟ କରିଵା ନେଇ ଅନୁଷ୍ଠାନ ତାର କାର୍ୟ୍ୟକ୍ରମ ଜାରି ରଖିଥିବାରୁ ସାଂସଦ ଶ୍ରୀ ସାହୁ ଅନୁଷ୍ଠାନର ସମସ୍ତ ଉତ୍ସଗିକୃତ ସଦସ୍ୟମାନଙ୍କୁ ସାଧୁବାଦ ଜଣାଇବା ସହ ସହଯୋଗ କାମନା କରିଥିଲେ । ସେହିପରି ଆଗେଇବା ଖବରକାଗଜ ସମ୍ପର୍କରେ ଉଲ୍ଲେଖ କରି ସାଂସଦ ତଥା ଖବର କାଗଜର ସମ୍ପାଦକ ଶ୍ରୀ ସାହୁ ଅପହଞ୍ଚ ଇଲାକାର ଖବର କିପରି ଲୋକଲୋଚନକୁ ଆସିପାରିବ ସେଥିପାଇଁ ଏହି ପତ୍ରିକାର ଖବରଦାତାମାନେ କାର୍ୟ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିସହ ଏହାର ଅଧିକ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ଦୁଇଜଣ ପ୍ରତିଭାବାନ ବ୍ୟକ୍ତି ସମାଜସେବୀ ବାନାମ୍ବର ଭୂତିଆ ଓ ବିଶିଷ୍ଟ ବ୍ୟବସାୟୀ ହିମାଂଶୁ ଶେଖର ଗଡ଼ନାୟକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ,ଆଗେଇବା ପରିଚାଳନା ସମ୍ପାଦକ ଗଦାଧର ସାହୁ, ଅନୁଗୋଳ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡ଼ନାୟକ, ଢ଼େଙ୍କାନାଳ ଜିଲ୍ଳା ପରିଷଦ ଉପାଧ୍ୟକ୍ଷ କୁଦଣ୍ଡଧର ସାହୁ, ଆମ ପ୍ରତିଭା ଆମ ପରିଚୟ ଅନୁଷ୍ଠାନର ସଭାପତି ରମେଶ ବେହେରା, ସାଧାରଣ ସମ୍ପାଦକ ଡକ୍ଟର ନିମାଇଁ ଚରଣ ପ୍ରଧାନ, ଶ୍ରମିକ ନେତା ମନୋଜ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲା ବେଳେ ଗୋବର୍ଦ୍ଧନ ପୀଠର ସମ୍ପାଦକ ମାତୃପ୍ରସାଦ ମିଶ୍ର ସଭାପରିଚାଳନା କରିଥିଲେ । ଏହି କାର୍ୟ୍ୟକ୍ରମରେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଶୁଭେଚ୍ଛୁ, ସମର୍ଥକ ଯୋଗଦେଇଥିଲେ । କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।