ଗଳାକାଟି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା

(ମଧୁସ୍ମିତା ତ୍ରିପାଠୀ / ରିପୋର୍ଟସ ଟୁଡେ): ଗଜପତି ଜିଲ୍ଲା ଗପଟିମା ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା । ସ୍ୱାମୀ ,ସ୍ତ୍ରୀଙ୍କୁ କେହି ବୀଭତ୍ସ ଭାବେ ହତ୍ୟା କରି ଜଙ୍ଗଲରେ ଭିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ସ୍ୱାମୀ ,ସ୍ତ୍ରୀ ହେଲେ ପୁଟୁରୁ ମଲ୍ଲିକ ଓ ତାଙ୍କ ପତ୍ନୀ ସବିତା ମଲ୍ଲିକ । ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଗୁଣିଗାରେଡ଼ିକୁ ନେଇ ହତ୍ୟା କରାଯାଇ ଥିବା ମୃତ ପୁଟୁରୁ ମଲ୍ଲିକ ପୁଅ ଅଭିଯୋଗ କରିଛନ୍ତି। ଉକ୍ତ ଗାଁର ପୁଟୁରୁ ଓ ତାଙ୍କ ପତ୍ନୀ ସବିତା ଆଜି ସକାଳେ କୌଣସି କାମରେ ବଗିଚା ମଧ୍ୟକୁ ଯାଇଥିବା ବେଳେ ସେଠାରେ କେହି ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି ।
ହତ୍ୟା କରିବା ପରେ ଦୃବୁର୍ତ୍ତ ଫେରାର ହୋଇଯାଇଛି । ଆଜି ଗାଁରେ ଗୁଙ୍ଗି ପୂଜା ଚାଲି ଥିବା ବେଳେ ଲୋକେ ଉଭୟଙ୍କ ମୃତ ଦେହ ଗାଁ ନିକଟସ୍ଥ ଜଂଗଲରେ ପଡ଼ିଥିବା ଦେଖି ପୁଲିସରେ ଖବର ଦେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଛି ଛାନଭିନ ଆରମ୍ଭ କରିଛି ।