କଣିହାଁରେ ବ୍ଲକସ୍ତରୀୟ ପାଚିକା ସହାୟିକା ସମ୍ମିଳନୀ

(ଜ୍ୟୋତିରଞ୍ଜନ ଧର)କଣିହାଁ: ଆଜି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ତାଳଚେର ପ୍ରଜାମଣ୍ଡଳ ମେମୋରୀଆଲ ଟ୍ରଷ୍ଟ ପରିସରରେ କଣିହାଁ ବ୍ଲକସ୍ତରୀୟ ପାଚିକା ସହାୟିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାଚିକା ସହାୟିକା ମାନଙ୍କୁ ସରକାରୀ ମାନ୍ୟତା, ମାସିକ ୨୧ ହଜାର ଟଙ୍କାର ପାରିଶ୍ରମିକ, ପିଏଫ, ଅଵସରକାଳୀନ ପେନସନ, ୨ ଟି ଶାଢ଼ୀ ଓ ଆନୁସଙ୍ଗିକ ପୋଷାକ, ବୋନସ, ଆକର୍ଷ ମୂଳକ ଛଟେଇ ବନ୍ଦକରିବା, ବକେୟା ପାରିଶ୍ରମିକ ଅବିଳମ୍ବେ ପ୍ରଦାନ ଆଦି ଦାବୀ ସମ୍ପର୍କରେ ଆଲୋଚନା ହୋଇଥିଲା । ସଙ୍ଘର ବ୍ଲକ ଆବାହିକ ମାନସୀ ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଭାବରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ଜୟସେନ ମେହେର ଯୋଗଦେଇ ସରକାର ପାଚିକା ସହାୟିକା ମାନଙ୍କର ନ୍ୟାର୍ୟ୍ୟ ଦାବୀ ସରକାର ଅବିଳମ୍ବେ ପୂରଣ ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ । ସେହିପରି ଏହି ସମ୍ମିଳନୀ ରେ ଏଆଇଟିୟୁସି ଜିଲ୍ଲା ସଭାପତି ପ୍ରହଲାଦ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଦାବୀ ପୂରଣ ନହେବା ନେଇ ଉଭେୟ ବିଜେପି ଓ ବିଜେଡି ଦାୟୀ ଓ ଉଭୟେ ସରକାର ମହିଳା ବିରୋଧୀ କହି କଟୁ ସମାଲୋଚନା କରି ଥିଲେ ।