(ରିପୋର୍ଟସ ଟୁଡ଼େ)ଆଠଗଡ଼: ଆଠଗଡ଼ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ଅନ୍ୟ ଜେଲ ସ୍ଥାନାନ୍ତରକୁ ନେଇ ଅନ୍ୟ କଏଦୀମାନଙ୍କର ଉପକାରାଗାରରେ ଉନ୍ମକ୍ତ କାଣ୍ଡ। କଏଦୀ ମାନେ ଜେଲ ପରିସରରେ ଥିବା ସିସିଟିଭି କ୍ୟାମେରା ସହ ଚେୟାର ଟେବୁଲ, ରୋଷେଇ ଘରର ସମସ୍ତ ବାସନପତ୍ରକୁ ଭାଙ୍ଗିରୁଜା କରିଥିବା ଜଣାପଡିଛି। ଜେଲ୍ ମଧ୍ୟରେ ଢ଼େଲାପଥର ମାରିଥିବା ସହ ଦିନ ତମାମ୍ ଖାଦ୍ୟ ନଖାଇ ପ୍ରତିବାଦ କରିଥିଲେ କଏଦୀ।
ସ୍ଥାନାନ୍ତର କଏଦୀ ଜଣଙ୍କ ହେଲେ ଆଠଗଡ଼ ବାଳୀ ଅଞ୍ଚଳର ରାଜୀବ ଲୋଚନ ଦାସ। ସେ ଅନେକ ମାମଲାରେ ଜଡିତ ଥିବା ଜଣାପଡିଛି। ରାଜୀବଙ୍କୁ ଆଠଗଡ଼ ଜେଲରୁ ଅନୁଗୁଳ ଜେଲକୁ ସ୍ଥାନନ୍ତର କରାଯାଉଥିଲା।