(ମମତା ସାମଲ)ରିପୋର୍ଟସଟୁଡେ: ସାରା ବିଶ୍ୱରେ କୋରୋନା ଖେଳାଇଛି ଆତଙ୍କ । ଭାରତରେ ଏବେ କୋରୋନା ସଂଖ୍ୟା ୧୧୦ରେ ପହଞ୍ଚିଲାଣି । ଆଜି ଓଡିଶାରୁ ପ୍ରଥମ କୋରୋନା ଭାଇରସରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଏହା ସହ କଟକ ଏସସିବିରେ ଆଉ ୨ କୋରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ତାଙ୍କର କୋରୋନା ପରୀକ୍ଷା ପାଇଁ ଆରଏମଆରସିକୁ ରକ୍ତ ଓ ସ୍ୱାବ ପଠାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କର କୋରୋନା ରିପୋର୍ଟ ଆସିବ ।
ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭାଇରସ୍ ।ଏହା ଚାରିଆଡ଼େ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି ।