(ସରୋଜ କୁମାର ରଉତ/ଭୁବନେଶ୍ୱର) : ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍। ରମଜାନ୍ ପରେ ଆଜିଠୁ ମୁସଲମାନ୍ଙ୍କ ଦ୍ୱିତୀୟ ପବିତ୍ର ମାସ ଆରମ୍ଭ ହେଉଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଜୁଲୁସ୍ ବାହାର କରିବା ସହ ମୁସଲିମ୍ ଧର୍ମାବଲମ୍ବୀ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି। ଲକ୍ଷ୍ନୌ, ହାଇଦ୍ରାବାଦ୍, ମୁମ୍ବାଇ, କୋଲକାତା, ଦିଲ୍ଲୀ ସମେତ ଓଡ଼ିଶାର ରାଉରକେଲା, ଭଦ୍ରକ ସମେତ ଅନ୍ୟ ସ୍ଥାନରେ ଏନେଇ ଆୟୋଜନ କରାଯାଇଛି।
ଜୁଲୁସ୍ ବାହାରିବା ସମୟରେ ସୁରଆଜି ମୁସଲିମମାନଙ୍କ ବଳିଦାନ ପର୍ବ ମହରମ । ଜୁଲୁସ୍ ବାହାରିବା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ କୌଣସି ବି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ ସେ ନେଇ ନଜର ରଖିଛି ପୁଲିସ୍। ମୁସଲିମ୍ ଧର୍ମାବଲମ୍ବୀଙ୍କ ବିଶ୍ୱାସ ଅନୁସାରେ ତୃତୀୟ ଇମାମ୍ ହୁସେନ୍ ଅଲ୍ଲି ଆଜିର ଦିନରେ ସହିଦ ହୋଇଥିଲେ । ତାଙ୍କରୀ ସ୍ମୃତି ଏହି ଦିବସକୁ ପାଳନ କରାଯାଏ ।