(ଜୟନ୍ତ କୁମାର ସେଠୀ / ପୁରୀ): ପୁରୀ ବାସେଳୀ ସାହି ଥାନା ହାଜତରେ କେ.ରମେଶଙ୍କ ମୃତ୍ୟୁରେ ବାସେଳୀ ସାହି ଥାନା ଆଇଆଇସିଙ୍କ ଦାବି। ଏସପିଙ୍କ ମାଧ୍ୟମରେ ପୋଲିସ ଡିଜିଙ୍କୁ ଦାବୀ ପତ୍ର ଦେଇଛି ପୁରୀ ଜ଼ିଲ୍ଲା ଓକିଲ ସଂଘ ।
ଆଜି ପୁରୀ ଓକିଲ ସଂଘର ଆଇନଜୀଵୀ ସାରଦା ସାମଲ, କମଳ ଲୋଚନ ମିଶ୍ର, ବିଭୂତି ଶଙ୍କର ତ୍ରିପାଠୀ, ଶରତ ରାୟଗୁରୁ, ରତିକାନ୍ତ ପ୍ରତିହାରି, ବିଶ୍ୱଜିତ ପ୍ରଧାନ, ତପନ ବାରିକି, ମନୋଜ ପ୍ରଧାନ ଅମ୍ବିକା ପ୍ରସାଦ ଦାଶ ପ୍ରମୁଖ ଆଇନଜୀଵୀ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ । ତୁରନ୍ତ ବାସେଳି ସାହି ଥାନା ଅଧିକାରୀଙ୍କ ବଦଳି ସମେତ ହାଜତ ମୃତ୍ୟୁ ମାମଲାରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି ସଙ୍ଘ। ନ ହେଲେ ଅଗାମୀ ଦିନରେ ଜୋରଦାର ଆନ୍ଦୋଳନ ନେଇ ଚେତାବନୀ ଦିଆଯାଇଛି ।