(ରିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): ୨୦୦୯ରୁ ପ୍ରତିବର୍ଷ ମାର୍ଚ ୨୭ରେ ପାଳିତ ହେଉଛି ଅନ୍ତର୍ଜାତୀୟ ହ୍ୱିସ୍କି ଦିବସ । ଏହା ମାଇକେଲ ଜାକ୍ସନ୍ଙ୍କ ଜନ୍ମ ଦିବସ । ଏହି ମାଇକେଲ ଜାକ୍ସନ୍ ପପ୍ କିଙ୍ଗ ନୁହନ୍ତି । ସେ ଥିଲେ ବ୍ରିଟିସ ଲେଖକ ସାମ୍ବାଦିକ ଏବଂ ହ୍ୱିସକିର ଗଣ ଗାନ କରି ବହୁ ପୁସ୍ତକ ଲେଖିଯାଇଛନ୍ତ । ଉଲ୍ଲେଖନୀୟ ଯେ କେବଳ ହ୍ୱିସକିର ପ୍ରସାର ପ୍ରଚାର ଏହି ଦିବସ ପାଳନର ଲକ୍ଷ୍ୟ ନୁହେଁ । ପାର୍କିନସିନ୍ ରୋଗ ବାବଦରେ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହାପାଳନ କରାଯାଏ । କାରଣ ନିଜ ଜୀବନର ଶେଷାବସ୍ଥାରେ ସେ ଏହି ରୋଗ ଭୋଗିଥିଲେ । ହ୍ୱିସକ୍ ଶସ୍ୟ ଓ ଜଳର ମିଶ୍ରଣ । ଏହା ପ୍ରସ୍ତୁତ ହେବାକୁ ସର୍ବ ନିମ୍ନ ତିନି ବର୍ଷ ଲାଗିଥାଏ । ଥଷର ପ୍ରସ୍ତୁତ ହୋଇଯିବା ପରେ ଏହାର ସ୍ୱାଦ ଶହେ ବର୍ଷ ପର୍ଯ୍ୟନ୍ତ ବଦଳେନାହିଁ । ଯେଉଁ ହ୍ୱିସ୍କି ପ୍ରସ୍ୁତ ହେବାକୁ ଯେତେ ଅଧିକ ବର୍ଷ ଲାଗେ । ତାହା ସେତିକି ଅଧିକ ମୂଲ୍ୟବାନ । ଅଧିକାଂଶ ଶସ୍ତା ହ୍ୱିସ୍କି ଗାହମରୁ ତିଆରି । ପ୍ରାଚୀନ ଆଇରିସମାନେ କହୁଥିବା ଗାଲିକ ଭାଷାରେ ଶଦ୍ଧରୁ ଇଂରାଜୀ ଶଦ୍ଧ ହ୍ୱିସକି ର ଉତ୍ପତ୍ତି । ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାସିଂଟନ ଥିଲେ ହ୍ୱିସ୍କି ପ୍ରିୟ ।