(ଶୁଭସ୍ମିତା ଦାଶ): ଆଜି ଭିଡ଼ିଓ ସେୟାରିଂ ୱେବସାଇଟ ୟୁଟ୍ୟୁବ୍ କିଛି ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା । ୟୁଜର୍ସ ମାନେ ଲଗ୍ଇନ୍, ଅପଲୋଡ୍ କରିବା ସମୟରେ ଏଭଳି ସମସ୍ୟା ଦେଖିବାକୁ ମିଳିଥିଲା ଯାହାଫଳରେ ୟୁଜର୍ସ କୌଣସି ଭିଡ଼ିଓ ଦେଖି ପାରିନଥିଲେ କି ସେୟାର ମଧ୍ୟ କରି ପାରିନଥିଲେ । ଏନେଇ ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି।
ୟୁଟ୍ୟୁବ୍ର ସ୍କ୍ରିନ୍ ଉପରେ ‘୫୦୦ ଓଦ୍ଭଗ୍ଧରକ୍ସଦ୍ଭବକ୍ଷ ଝରକ୍ସଙ୍ଖରକ୍ସ ଋକ୍ସକ୍ସକ୍ଟକ୍ସ’ ଦେଖିବାକୁ ମିଳିଥିଲା। ୟୁଟ୍ୟୁବ୍ ସର୍ଭରରେ ଡାଉନ ରହିବାରୁ ଏଭଳି ସ୍ଥିତି ଦେଖା ଦେଇଥିବା କୁହାଯାଉଛି । ଏହି ସମସ୍ୟା ପ୍ରାୟ ପାଖାପାଖି ୪୫ ମିନିଟ୍ ପର୍ୟ୍ୟନ୍ତ ଲାଗି ରହିଥିଲା ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି ବୋଲି ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି । ତେବେ ୟୁଟ୍ୟୁବର ଏହା କେଉଁଭଳି ଟେକନିକାଲ ସମସ୍ୟା ତାହା ଏଯାଏଁ ଜଣାପଡିନାହିଁ ।ପୂରା ବିଶ୍ୱରେ ୟୁଟ୍ୟୁବକୁ ନେଇ ଏଭଳି ଅସୁବିଧା ଦେଖା ଦେଇଛି । ଦୁନିଆର ସବୁଠୁ ଲୋକପ୍ରିୟ ଭିଡ଼ିଓ ୱେବସାଇଟରେ ଏଭଳି ସମସ୍ୟା ଦେଖା ଦେବା ପରେ ୟୁଜର୍ସ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଏଭଳି ସମସ୍ୟାର ଖୁବ୍ ଶୀଘ୍ର ସମାଧାନ କରାଯିବ ବୋଲି ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି । ଏହି ୱେବସାଇଟରେ ଛୋଟ ଛୋଟ ସମସ୍ୟା ଦେଖା ଦେବା ତ ସାଧାରଣ କଥା । କିନ୍ତୁ ସର୍ଭର ଡାଉନ ହେବା ୟୁଟ୍ୟୁବ କର୍ତୁପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । ୟୁଟ୍ୟୁବ କର୍ତ୍ତୃପକ୍ଷ ଆଉ ଏକ ବୟାନରେ ଏହି ସମସ୍ୟା ବାବଦରେ ଜଣାଇଥିବାରୁ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ୟୁଟ୍ୟୁବ ଟିଭି ଓ ୟୁଟ୍ୟୁବ ମ୍ୟୁଜିକ ଚଳାଇବାରେ ସମସ୍ୟା ଦେଖାଦେଇଛି । ଏହାକୁ ଅତିଶୀଘ୍ର ଠିକ୍ କରିବାକୁ ପ୍ରୟାସ କରାଯାଉଛି ।