ପୋଲିସ କଲା ଫର୍ଦ୍ଦାଫାସ। ଖୋଲିଲା ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲର ପୂର୍ବତନ ମୁଖ୍ୟ ସୁପରିନଟେଣ୍ଡଣ୍ଟଙ୍କ ଗୁମର। ଆଜୀବନ ଜେଲଦଣ୍ଡ ପାଇଥିବା ଜଣେ ବ୍ୟକ୍ତିଙ୍କୁ ଖଲାସ କରିବା ପାଇଁ ଡିଆଜି ପାହ୍ୟାର ଅଧିକାରୀ ଜଣଙ୍କ ତାଙ୍କ ପତ୍ନୀଙ୍କର ବାରମ୍ବାର ଯୌନ ଶୋଷଣ କରୁଥିଲେ। ନିଜ ସହ ବାରମ୍ବାର ରାତି କାଟିବାକୁ ବାଧ୍ୟ କରିଥିଲେ। ଏବେ ଏହା ସାମ୍ନାକୁ ଆସିବା ପରେ ଡିଆଇଜି ପାହ୍ୟାର ଅଧିକାରୀଙ୍କୁ ଗିରଫ କରିଛି ପୁଲିସ୍।
ଗିରଫ ଡିଆଇଜି ପାହ୍ୟାର ଅଧିକାରୀ ଜଣଙ୍କ ହେଲେ ସୋମଶେଖର। ଘଟଣା ବେଳେ ସେ ବେଙ୍ଗାଲୁରୁ କେନ୍ଦ୍ରୀୟ ଜେଲର ମୁଖ୍ୟ ସୁପରିନଟେଣ୍ଡଣ୍ଟ ଭାବେ କାର୍ୟ୍ୟ କରୁଥିଲେ। ଆଜୀବନ ଜେଲଦଣ୍ଡ ପାଇଥିବା ଶଙ୍କର ନାମକ ଜଣେ ବ୍ୟକ୍ତି ୨୦୧୮ରେ ହଠାତ୍ ଜେଲରୁ ଖଲାସ ହୋଇଯାଇଥିଲେ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ କପି ବଳରେ ତାଙ୍କୁ ଖଲାସ କରାଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ଉକ୍ତ କପି ନକଲି ଥିବା ଜଣାପଡ଼ିବା ପରେ ପୁଲିସ୍ ପୂରା ଘଟଣାର ତଦନ୍ତ କରିଥିଲା। ତଦନ୍ତ ବେଳେ ସୋମଶେଖରଙ୍କ ଅସଲ ଗୁମର ଖୋଲି ଛି।
ପୁଲିସ୍ର କହିବା କଥା ଯେ ଶଙ୍କର ନାମକ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଯାଞ୍ଚରେ ସାମିଲ କରାଯାଇଥିଲା। ଏହି ସମୟରେ ସେ ଅଭିଯୋଗ କରିଥିଲେ ଯେ ସୋମଶେଖର ତାଙ୍କର ଯୌନ ଶୋଷଣ କରିଥିଲେ। ସ୍ୱାମୀଙ୍କୁ ଜେଲରୁ ଖଲାସ କରିବା ପାଇଁ ସେ ତାଙ୍କୁ ଏପରି ନିର୍ୟାତନା ଦେଇଥିଲେ।