ଆପଣ ଜାଣନ୍ତି କି ଗଜା ଗହମର ଉପକାରିତା

(ରିପୋର୍ଟସ ଟୁଡେ): ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା

୧. ଗଜା ଗହମରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ଋ ରହିଥାଏ। ଏହା ଦ୍ୱାରା ମସ୍ତିଷ୍କ, ଲିଭର ଓ ହୃତ୍‌ପିଣ୍ଡ ସୁସ୍ଥ ରହିଥାଏ। ନୂଆ ରକ୍ତକୋଷ ତିଆରି କରିବାରେ ସହାୟକ ହୋଇଥାଏ। ଗହମ ଯେତେବେଳେ ଗଜା ହୋଇଯାଏ ସେଥିରେ ଭିଟାମିନ୍‌ ଋ ପରିମାଣ ୩୦୦ ପ୍ରତିଶତ ବୃଦ୍ଧି ପାଏ।
୨.ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଆମର ତ୍ୱଚା ଓ ଚୁଟିର ଔଜଲ୍ୟ ବୃଦ୍ଧି ପାଏ। ହାଡ଼ ଶକ୍ତ ରହିଥାଏ।
୩.ଏହା କିଡ୍‌ନୀକୁ ସୁସ୍ଥ ରଖିବା ସହ ଆମ ଶରୀରରେ ତିଆରି ହେଉଥିବା ବିଷାକ୍ତ ତତ୍ତ୍ୱକୁ ବାହାର କରି ରକ୍ତ ପରିଷ୍କାର କରିଥାଏ।
୪.ଏଥିରେ ଥିବା ଫାଇବର ପାଚନ ଜନିତ ସମସ୍ୟା ଦୂର କରିଥାଏ। ପାଚନ ଜନିତ ସମସ୍ୟା ଥିବା ଲୋକ ଏହାକୁ ପ୍ରତିଦିନ ଖାଇବା ଆବଶ୍ୟକ। ଏହା ଏସିଡିଟି ମଧ୍ୟ କମ୍‌ କରିଥାଏ।
୫. ଅଙ୍କୁରିତ ଗହମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍‌-ଇ ,ଈ ଏବଂ ଉ ରହିଥାଏ। ଏହା ସହ କ୍ୟାଲସିୟମ୍‌, ଫସ୍‌ଫରସ୍‌, ମ୍ୟାଗ୍ନେସିୟମ୍‌, ଆଇରନ୍‌ ଏବଂ ଜିଙ୍କ୍‌ ମଧ୍ୟ ରହିଥାଏ। ଗହମ ଗଜା ହେବା ପରେ ଏଥିରେ ଭିଟାମିନ୍‌ ଉ ପରିମାଣ ୬୦୦ ପ୍ରତିଶତ ଓ ଭିଟାମିନ୍‌ ଈ ପରିମାଣ ୧୦୦୦ ପ୍ରତିଶତ ବୃଦ୍ଧି ପାଏ।