ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିଲା ୱେଷ୍ଟଇଣ୍ଡିଜ୍

୩ ବର୍ଷ ପରେ ପ୍ରଥମ ଶୃଙ୍ଖଳା ବିଜୟୀ ହେବାର ଗୌରବ ଅର୍ଜନ କରିଛି ୱେଷ୍ଟଇଣ୍ଡିଜ୍‌ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଘରୋଇ ଟେଷ୍ଟକୁ ଡ୍ର ରଖିବା ପରେ ୱେଷ୍ଟଇଣ୍ଡିଜ୍‌ ଏହି ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୨୭ ରନ୍‌ରେ ଅଲ୍‌ଆଉଟ୍‌ର ୧୨ ମାସ ପରେ ଇଣ୍ଡିଜ୍‌ ବ୍ୟାଟର୍‌ ନିଜ ଦମ୍‌ ଦେଖାଇ ଦଳକୁ ଏହି ଐତିହାସିକ ଶୃଙ୍ଖଳା ବିଜୟ ଭେଟି ଦେଇଥିଲେ । ୨୦୨୩ରୁ ଏପଯ୍ୟନ୍ତ ଇଣ୍ଡିଜ୍‌ ୧୧ଟି ଶୃଙ୍ଖଳା ଖେଳିଥିଲା ବେଳେ ଏହା ପ୍ରଥମ ବିଜୟ ।

WI vs SL 2nd Test Highlights

ସାର୍‌ ଭିଭିଆନ୍‌ ରିଚାର୍ଡ୍ସ ଷ୍ଟାଡିୟମ୍‌ରେ ଶେଷ ଦିନରେ ଭ୍ରମଣକାରୀ ଦଳ ଶ୍ରୀଲଙ୍କା ନିଜର ଦ୍ୱିତୀୟ ପାଳି ୨୫୧/୯ରେ ଘୋଷଣା କରି ଘରୋଇ ଦଳ ସମ୍ମୁଖରେ ୩୦୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା । ୬୦ ଓଭରରେ ଏହି ବିଜୟ ଲକ୍ଷ୍ୟ ହାସଲ କରିବାକୁ ଯାଇ ଇଣ୍ଡିଜ୍‌ର ଦୁଇ ଓପନର୍‌ ଜନ୍‌ କ୍ୟାମ୍ପବେଲ୍‌ (୫୧*) ଓ ବ୍ରାଣ୍ଡନ କିଙ୍ଗ (୫୧*) ୪୦ ଓଭରରେ ୧୦୯ ରନ୍‌ ଯୋଡ଼ିଥିଲେ ।

West Indies clinch series against Sri Lanka after second Test ends in draw  - Sportstar

ତେଣୁ ଫଳାଫଳ ବାହାରିବା ସମ୍ଭବ ନଥିବାରୁ ଉଭୟ ଦଳର ସହମତିରେ ମ୍ୟାଚ୍‌କୁ ଅମ୍ପାୟାର ଡ୍ର ଘୋଷଣା କରିଥିଲେ । ପୂର୍ବରୁ ଶ୍ରୀଲଙ୍କା ପ୍ରଥମ ପାଳିରେ ୫୪୯ ଏବଂ ୱେଷ୍ଟଇଣ୍ଡିଜ୍‌ ୪୯୯ ରନ୍‌ କରିଥିଲା । ୨ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପ୍ରଥମ ଟେଷ୍ଟକୁ ଘରୋଇ ଦଳ ପାଳି ଓ ୨୧୭ ରନ୍‌ରେ ଜିତିଥିଲା । ଇଣ୍ଡିଜ୍‌ର ଜଷ୍ଟିନ୍‌ ଗ୍ରେଭ୍ସ ଉଭୟ ମ୍ୟାଚ୍‌ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

WI vs SL - WTC - 2nd Test - Roston Chase hopes Sri Lanka series win signals  big change for West Indies | Cricinfo